ଖୁଆ ସରବତ

ଆବଶ୍ୟକ ସାମଗ୍ରୀ
ଫୁଟା ଖିର – ୧ ଗ୍ଲାସ
କଟା ବାଦାମ – ୪ରୁ ୫ଟି
କଟା କିସମିସ – ୪ଟି
ଗୁଜୁରାତି ଗୁଣ୍ଡ – ଅଳ୍ପ
ବରଫ ଖଣ୍ଡ – ୨ଟି
ଖୁଆ – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ –ଫୁଟା ଖିରକୁ ଏକ ପାତ୍ରରେ ରଖି ଫ୍ରିଜରେ ରଖି ଦିଅନ୍ତୁ। ଖୁଆକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ। ଡ଼୍ରାଏ ଫ୍ରୁଡ୍ସକୁ ମଧ୍ୟ କାଟି ରଖନ୍ତୁ। ଏବେ ଫ୍ରିଜରେ ରଖିଥିବା ଖିରକୁ ବାହାର କରି ଏଥିରେ ଚିନି ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ଖୁଆ, ଗୁଜୁରାତି ଗୁଣ୍ଡ, ଡ଼୍ରାଏ ଫ୍ରୁଡ୍ସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖୁଆ ସରବତ।

Comments are closed.