ସରଳ ଉପାୟରେ ସ୍ୱାଦିଷ୍ଟ ଅଟା ଦୋସା

ଆବଶ୍ୟକ ସାମଗ୍ରୀ
ଗହମ ଅଟା – ୧କପ
ଚାଉଳ ଗୁଣ୍ଡ – ୨କପ
ଖଟା ଦହି – ୧କପ
ଜିରା – ୧ଚାମଚ
କଞ୍ଚା ଲଙ୍କା – ୪ଟି କଟା ଯାଇଥିବା
ଲୁଣ – ଆବଶ୍ୟକ ସାମଗ୍ରୀ
ଭୁସଙ୍ଗପତ୍ର – ୫ ରୁ ୬ଟି
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟା ଓ ଚାଉଳ ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା, ଲୁଣ, ଦହି, ଭୁସଙ୍ଗପତ୍ର, ଜିରାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ଭଲ ଭାବେ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ମିଶ୍ରଣକୁ ତାୱାରେ ପକାଇ ଗୋଲ୍‌‌ ଦୋସା ଆକୃତିର ପକାଇ ଚାରି ପଟେ ତେଲ ବୁଲାଇ ଦିଅନ୍ତୁ। ଏହାର ଉଭୟ ପଟ ଭଲ ଭାବେ ଓଲଟାଇ ତାୱାରେସେକି ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏହାକୁ ସାମ୍ବର ଓ ନଡିଆ ଚଟଣି ସହ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଅଟା ଦୋସା।

Comments are closed.