ପ୍ରସ୍ତୁତ କରନ୍ତୁ ଭୃସଙ୍ଗ ପତ୍ର ଚଟଣି 

ଭୃସଙ୍ଗ ପତ୍ର  ଚଟଣିରେ ଆଇରନ, କ୍ୟାଲସିୟମ ଓ ଅନେକ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ବାରା କେଶ ଘନ, କଳା ଓ ମଜଭୁତ ହୋଇଥାଏ। ଏହାଦ୍ବାରା ରକ୍ତର ଅଭାବ ମଧ୍ୟ ଠିକ ହୋଇଥାଏ। ଏହାସହ ରକ୍ତଚାପ ଓ ମଧୁମେହ ରୋଗ ନିୟନ୍ତ୍ରିତ ହୋଇଥାଏ।
ପ୍ରସ୍ତୁତ ପ୍ରଣାଳୀ :
ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତାପରେ ସେଥିରେ ଭୃସଙ୍ଗ ପକାଇ ୨ମିନିଟ ଭାଜନ୍ତୁ। ଏହାପରେ ଗ୍ରାଇଣ୍ଡରରେ ଭାଜି ଥିବା ଭୃସଙ୍ଗ ପତ୍ର, ୧ଚାମଚ ଗୁଡ, ୨ଚାମଚ ତେନ୍ତୁଳି ରସ, ସ୍ବାଦ ଅନୁଯାୟୀ ଲୁଣ, ପାଣି ଓ ଲଙ୍କା ପକାଇ ପେଷି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଖଟାମିଠା ଓ ସ୍ବାଦିଷ୍ଟ ଭୃସଙ୍ଗ ପତ୍ର ଚଟଣି।

Comments are closed.