ସୁରକ୍ଷା ବ୍ୟବସ୍ଥା ସମୀକ୍ଷାକୁ ୨୪ଘଣ୍ଟା, ଶ୍ରୀକ୍ଷେତ୍ରରେ ଫୁଟିଲା ଗୁଳି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୫ଦିନ ବାକି ଥିବା ବେଳେ ଶନିବାର ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାର ନିକଟ ଗଉଡ଼ବାଡ଼ ସାହି ମାଛ ବଜାରରେ ଗୁଳି ମାଡ଼ରେ ସୁକାନ୍ତ ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟିଥିବା ଅନୁମାନ କରାଯାଉଥିଲେ ମଧ୍ୟ ପୁଲିସ ପ୍ରାଥମିକ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି। ଦୁଇ ଜଣ ଯୁବକ ଏକ ବାଇକରେ ଆସି ସମ୍ପୃକ୍ତ ଯୁବକଙ୍କ ଉପରକୁ ଗୁଳି ମାଡ କରିବା ପରେ ଫେରାର ହୋଇଯାଇଥିଲେ

ଆହତ ଯୁବକକୁ ପୁଲିସ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି। ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ, ଗତକାଲି ଖୋଦ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବାର ୨୪ ଘଣ୍ଟା ପରେ ଏଭଳି ଗୁଳିକାଣ୍ଡ ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.