ଯୁବ ବୈଜ୍ଞାନିକଙ୍କ ନିଆରା ପ୍ରୟାସ

ଗୋଟିଏ ଯନ୍ତ୍ରରେ ବିଶୋଧନ ଓ ଶରୀର ତାପମାତ୍ରା ଜଣାପଡ଼ିବ
ଭୁବନେଶ୍ୱର,: କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନପ୍ରକାରର ବିଶୋଧନ ଯନ୍ତ୍ର ଉଦ୍ଭାବନ କରି ଚର୍ଚ୍ଚାରେ ଅଛନ୍ତି ଯୁବ ବୈଜ୍ଞାନିକ ଶକ୍ତିପ୍ରସାଦ ସାହୁ। ସେ ଏମିତି ଏକ ବିଶୋଧନ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଯେଉଁଥିରେ କେବଳ ହାତ ବିଶୋଧନ କରିହେବ ତା’ ନୁହଁ ବରଂ ଶରୀରର ତାପମାତ୍ରା ଜଣାପଡ଼ିବ। ଏହି ଯନ୍ତ୍ରଟି ଘର ଭିତରେ କିମ୍ବା ବାହାରେ ବ୍ୟବହାର କରାଯାଇପାରିବ। ଏହାକୁ ବ୍ୟବହାର କରିବା ପାଇଁ କୌଣସି ବିଦ୍ୟୁତ୍‌ ଖର୍ଚ୍ଚ କରିବାକୁ ପଡୁନାହିଁ। ଶରୀରର ତାପମାତ୍ରା ସାମାନ୍ୟରୁ ଅଧିକ ହେଲେ ଯନ୍ତ୍ରରେ ନାଲି ରଙ୍ଗର ବତି ଜଳିବା ସହିତ ଶବ୍ଦ ହେବ। ଏହାଦ୍ବାରା ଜଣେ ବ୍ୟକ୍ତି ନିଜ ଶରୀରର ତାପମାତ୍ରା ଅଧିକ ଥିବା ଜାଣିପାରିବେ।

ଏହି ଯନ୍ତ୍ରରେ ୧ରୁ ୫ ଲିଟର ପର୍ଯ୍ୟନ୍ତ ତରଳ ପଦାର୍ଥ ଧରିବା ଭଳି ବ୍ୟବସ୍ଥା କରାଯାଇଛି। ଯନ୍ତ୍ରଟି ସୌରଚାଳିତ। ଏହାକୁ ଘରେ ଓ ବାହାରେ ରଖି ବ୍ୟବହାର କରିହେବ। ଏହି ଯନ୍ତ୍ରକୁ ଲଗାଇବା ପାଇଁ କାନ୍ଥ କିମ୍ବା ଅଧିକ ଜାଗାର ଆବଶ୍ୟକ ପଡ଼ିବନାହିଁ । ଯେ କୌଣସି କୋଣରେ ଏହାକୁ ରଖିହେବ। ଶକ୍ତିଙ୍କ କହିବା ଅନୁସାରେ କରୋନା କିଛି ନୂତନ ଜିନିଷ ତିଆରି କରିବାର ସୁଯୋଗ ଦେଇଛି। ଯେପରି ଲୋକମାନେ ସୁରକ୍ଷିତ ଭାବେ ହାତ ବିଶୋଧନ କରିପାରିବେ ସେଥିପାଇଁ ଚେଷ୍ଟା କରୁଥିବା ସେ କହିଛନ୍ତି।

Comments are closed.