ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବାଲିପାଟଣା :ବାଲିପାଟଣା ଥାନା ନିଶ୍ଚିନ୍ତପୁର ଗ୍ରାମରେ ଗୁରୁବାର ପାଣିରେ ବୁଡ଼ିଯିବା ହେତୁ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଅରୁଣ କୁମାର ରଥ ଓ ବୟସ ୪୨ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସ୍ବର୍ଗତ ପ୍ରହଲ୍ଲାଦ ରଥଙ୍କ ପୁଅ ଅରୁଣ କୁମାର ରଥ ଓରଫ ବାପି ( ୪୨ ) ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଆଜି ସକାଳୁ ସେ ଶୌଚ ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ। ପରେ ଘର ସାମ୍ନା ପୋଖରୀରେ ଅରୁଣଙ୍କୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରଥମେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ରାଜଧାନୀ (କ୍ୟାପିଟାଲ) ହସ୍ପିଟାଲକୁ ପଠା ଯାଇଥିଲା। ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ତାଙ୍କ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି। ପାଣି ଭିତରେ ଅରୁଣଙ୍କୁ ବାତ ମାରିଥିବା ଶୁଣିବାକୁ ମିଳିଛି।

Comments are closed.