ସ୍କୁଟିକୁ ଧକ୍କା ଦେଲା ବାଇକ, ଯୁବକ ମୃତ

ପାତ୍ରପୁର : ସ୍କୁଟି ସହିତ ବାଇକ ଧକ୍କାରେ ଭ୍ରମରପୁର ଗ୍ରାମର ଜଣେଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଭ୍ରମରପୁର ଗ୍ରାମ ଉଆଳି ପ୍ରଧାନଙ୍କ ପୁଅ ଶଙ୍କର(୨୭0 ବର୍ଷ ବୋଲି ଜଣାପଡ଼ିଛି । ଶଙ୍କର କୌଣସି କାର୍ଯ୍ୟ ପାଇଁ ବ୍ରହ୍ମପୁର ଯାଇଥିବା ବେଳେ ଆଜି ଗ୍ରାମକୁ ଫେରୁଥିଲେ। ଏହି ସମୟରେ ପିତାମ୍ବର ପୁର ନିକଟରେ ସେହି ଗ୍ରାମର ଜଣେ ଯୁବକ ଦ୍ରୁତ ଗତିରେ ବାଇକରେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଯାହା ଫଳରେ ଶଙ୍କର ଛିଟିକି ତଳେ ପଡ଼ି ଥିଲେ। ତୁରନ୍ତ ତାଙ୍କୁ ଦିଗପହଣ୍ଡି ଡାକ୍ତର ଖାନାକୁ ନିଆ ଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଧକ୍କା ଦେଇଥିବା ଚାଳକକୁ ଅଟକ ରଖିଛି। ସେ ଜଣେ ମେଳାପି ଯୁବକ ଥିବାରୁ ବେଳେ ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comments are closed.