ମହିଳାଙ୍କ ଅଶ୍ଳୀଳ ଭିଡିଓ ପ୍ରସାର କରି ଯୁବକ ଅଦାଲତ ଚାଲାଣ

ବାଲିଚନ୍ଦ୍ରପୁର : ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ପ୍ରସାର କରିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୁଲିସ ଜଣେ ଯୁବକକୁ ଗିରଫ କରି ଶୁକ୍ରବାର ଅଦାଲତ ଚାଲାଣ କରିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଏହି ଥାନା ଅନ୍ତର୍ଗତ ଚାରିନଙ୍ଗଳ ଗ୍ରାମର ଗୌରାଙ୍ଗ ମଲ୍ଲିକ୍ ସଂପୃକ୍ତ ମହିଳାଙ୍କ ସହ ଭିଡିଓ କଲିଂ ଜରିଆରେ ବାରମ୍ବାର କଥାହୋଇଥାଏ ।  ଭିଡିଓ କଲିଂ ସମୟରେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ କୁ ଗୌରାଙ୍ଗ ଉତ୍ତୋଳନ କରିଥିଲା । ଏହି ସବୁ ଫଟୋ ଓ ଭିଡିଓକୁ ସେ ମହିଳାଙ୍କ ନିକଟ ସମ୍ପର୍କୀୟ ମାନଙ୍କୁ ପଠାଇ ଦେବ କହି ଗୌରାଙ୍ଗ ମହିଳାଙ୍କୁ ବାରମ୍ବାର ବ୍ଲାକମେଲ କରିବା ସହ ବିଭିନ୍ନ ଧମକ ଦେଇଥିଲା । ଏହାକୁ ନେଇ ଉକ୍ତ ମହିଳା ଜଣକ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଶୁକ୍ରବାର ଗୌରାଙ୍ଗ ମଲ୍ଲିକ(୩୮)କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ଥାନାଧିକାରିଣୀ ବିଜୟିନୀ ମଲ୍ଲ ସୂଚନା ଦେଇଛନ୍ତି।

Comments are closed.