ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିି ସ୍ମୃତିରଞ୍ଜନ ଲେଙ୍କାଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡିଶା ପ୍ରଦେଶ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ପୂର୍ବାହ୍ନରେ ସ୍ମୃତିରଞ୍ଜନ ଲେଙ୍କା କଂଗ୍ରେସ ଭବନ ଠାରେ ପହଞ୍ଚିବା ପରେ ଯୁବ କଂଗ୍ରେସ କର୍ମକର୍ତ୍ତା ପୁଷ୍ପପୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କୁ ଯୁବ କଂଗ୍ରେସ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ସ୍ମୃତିରଞ୍ଜନ ଲେଙ୍କା ଆଗାମୀ ଦିନରେ ଯୁବ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ କଂଗ୍ରେସ କର୍ମକର୍ତ୍ତାମାନଙ୍କ ସହିତ ବିଚାର ବିମର୍ଷ କରିଥିଲେ। ରାଜ୍ୟରେ ବିଜେଡି ଓ କେନ୍ଦ୍ର ବିଜେପି ସରକାରଙ୍କ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ ବିରୋଧରେ ସ୍ୱର ଉତୋଳନ କରିବା ସହ ଯୁବ ବର୍ଗଙ୍କୁ ନିଯୁକ୍ତି ଦେବା ନିମନ୍ତେ ଯୁବ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ପ୍ରକାଶ କରିଥିଲେ।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦ ସପ୍ତଗିରି ଉଲାକା, ଚିନ୍ମୟ ପ୍ରସାଦ ବେଉରା, ଯୋଗୀନାଥ ବାହୁବଳେନ୍ଦ୍ର, ନାରାୟଣ ଜେନା, ସତ୍ୟାନନ୍ଦ ରାଉତ, ଲିଙ୍ଗରାଜ ସାହୁ, ମନୋଜ ବିଶ୍ୱାଳ, ରଜତ ଚୌଧୁରୀ, ମାନସ କର, ବିପ୍ଳବ ଚୌଧୁରୀ, ଅଭିଳାଷ ମାଣିଆ, କୃଷ୍ଣଚନ୍ଦ୍ର ମହାନ୍ତି, ମହମ୍ମଦ ଅଲ୍ଲୀମ, ଆର୍ଯ୍ୟବୀର ଲେଙ୍କା, ସତ୍ୟପ୍ରିୟ ସାମଲ, ଇତିଶ ପ୍ରଧାନ, ବିମଳ ବେହେରା, ସୁନିଲ ମାଟିଆ, ବବିତା ବଡପଣ୍ଡା, ଅମ୍ରିତା ଦାସ, ଶିବଦତ ମହାନ୍ତି, ନଳିନୀକାନ୍ତ ନାୟକ, ଲିପକ ସାହୁ, ପ୍ରବୋଧ ଦାସ, ସତ୍ୟଜିତ୍ ସାହୁ, ସତ୍ୟପ୍ରକାଶ ଦାସ, ସମ୍ରାଟ ଜେନା, ସ୍ୱରୂପ କାନୁନ୍ଗୋ, ହରେକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.