MEllora 950×100

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ଭୁବନେଶ୍‍ଶ୍ୱର: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ମୋବାଇଲ ରୁ ମୋବାଇଲ ଘୁରି ଵୁଲୁଛି । ଏପରି ଏକହୃଦୟ ଵିଦାରକ ଦୃଶ୍ୟ ଦେଖି ଵାକୁ ମିଳିଛି ହହାଇଦ୍ରାବାଦ ରେଳଷ୍ଟେସନରେ। ଜଣେ ଯୁବକ ଟ୍ରେନ ଆସୁଥିବା ବେଳେ ଟ୍ରାକରେ ଛିଡ଼ା ହୋଇଗଲେ । ଷ୍ଟେସନରେ ଥିବା ଲୋକ ଆବକ ହୋଇଗଲେ । ସମସ୍ତେ ଚେଷ୍ଟା କରୁଥିଲା ଵେଳେ ଟ୍ରେନ ହର୍ଣ୍ଣ ମାରିଲେ କଣ ହେବ ନିମିଷକ ମଧ୍ୟରେ ଧକ୍କା ମାରି ଚାଲି ଯାଇଥିଲା ଟ୍ରେନ । ଆଉବଞ୍ଚି ନଥିଲା ଯୁବକ ଜଣକ । ଷ୍ଟେସନରେ ଆସୁଥିବା ଟ୍ରେନ ଆଗରେ ଛିଡାହୋଇ ଆତ୍ମହତ୍ୟା କରିବା ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆର ଘୁରି ବୁଲୁଛି । ଆତ୍ମହତ୍ୟା କରିଥିବା ଯୁଵକଙ୍କ ଘର ଵାଲେଶ୍ୱର ଜିଲ୍ଲା ଖଇରା ଥାନା ବଟେଶ୍ୱର ଗ୍ରାମର ହୋଇଥିଲା ବେଳେ ସେ ସେହି ଗ୍ରାମର ଅନିରୁଦ୍ଧ ଵେହେରାଙ୍କ ବଡ଼ପୁଅ ଵୁଲୁ (୨୪)। ତାଙ୍କର ଦାଦା ହାଇଦ୍ରାବାଦରେ ଦୋକାନ କରୁଥିବାବେଳେ ବୁଲୁ ୩ ଦିନ ପୂର୍ବରୁ ବୁଲିବାକୁ ଯାଇଥିଲେ ।ଗତକାଲି ଅପରାହ୍ନରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ତାଙ୍କ ବାପା ଓ ମା ହାଇଦ୍ରାବାଦ ଯାଇଛନ୍ତି ।

Comments are closed.