ପୁରୀରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁରୀରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆହତ ଯୁବକ ହେଉଛନ୍ତି ରଣଜିତ୍ ନାୟକ । ତାଙ୍କ ଘର ପୂରୀ ବଲଗଣ୍ଡି ରାୟ ବାହାଦୁର ଗଳିରେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭୋର ୫ ଟାରେ ସେ ଶୌଚ ହେବାକୁ ଯାଇଥିବା ବେଳେ କେତେକ ଯୁବକ ଖଣ୍ଡା ଓ ଭୁଜାଲିରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। କୁମ୍ଭାରପଡ଼ା ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.