ପାକିସ୍ଥାନ ହ୍ଵାଟ୍ସଆପ ଗ୍ରୁପକୁ ସେନା ଶିବିର ଫଟୋ ପଠାଇ ଯୁବକ ଗିରଫ

ମହାରାଷ୍ଟ୍ରର ନାସିକ୍ ଜିଲ୍ଲା ନିକଟ ଦେଓଲାଲିରେ ଥିବା ସାମରିକ ଶିବିର ଅଞ୍ଚଳର ଫଟୋ ପଠାଇବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଦେଓଲାଲି ଭାରତୀୟ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ତାଲିମ କେନ୍ଦ୍ର। ସଞ୍ଜୀବ କୁମାର ନାମକ ସେହି ୨୧ ବର୍ଷୀୟ ଯୁବକ ବିହାରର ଗୋପାଳଗଞ୍ଜରୁ ଆସି ଦେଓଲାଲିର ଏକ ନିର୍ମାଣାଧୀନ ସ୍ଥାନରେ କାମ କରନ୍ତି।

ପୁଲିସ ଜାଣିବାକୁ ପାଇଛି ଯେ ସେ ଏହି ଫଟୋଗୁଡ଼ିକୁ ପାକିସ୍ତାନର ଏକ ହ୍ଵାଟ୍ସଆପ ଗ୍ରୁପକୁ ପଠାଇଛି। ପୁଲିସ ସୂଚନାନୁସାରେ, ସେ କାର୍ଯ୍ୟ କରୁଥିବା ନିର୍ମାଣ ସ୍ଥାନଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ନିଷିଦ୍ଧାଞ୍ଚଳ ନିକଟରେ ବୁଲୁଥିବା ବେଳେ ସୈନ୍ୟମାନେ ତାଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କ ମୋବାଇଲ୍ ଫୋନରୁ ଫଟୋ କ୍ଲିକ୍ କରିବା ବେଳେ ସେମାନେ ତାଙ୍କୁ ଗୋଡ଼ାଇ ଧରିଥିଲେ। ପୁଲିସ ସେହି ଯୁବକ ବିରୋଧରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଛି।

Comments are closed.