ବିବାହର ପ୍ରତିଶ୍ରୁତି ଦେଇ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ

ଚୌଦ୍ୱାର : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିବା ଓ ତାକୁ ଅପହରଣ କରିଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ବଡ଼ମ୍ବା ଥାନା ମହୁଲିଆ ଗ୍ରାମର ଭଗିଆ ମଲ୍ଲିକ(୨୮) ନାମକ ଜଣେ ଯୁକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡ଼ିତାର ବାପା ଥାନାରେ କରିଥିବା ଅଭିଯୋଗ ସୁତ୍ରରୁ ପ୍ରକାଶ ଯେ ମୋବାଇଲ ଫୋନ୍‍ରେ କଥା ବାର୍ତ୍ତାରୁ ଉଭୟ ଯୁବତୀ ଓ ଅଭିଯୁକ୍ତ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଗତ ମେ ମାସ ୧୯ ତାରିଖ ଦିନ ଯୁବକ ଜଣକ ଯୁବତୀ ଜଣକୁ ଚୌଦ୍ୱାରସ୍ଥିତ ତା ଘରୁ ନେଇ ଫେରାର ହୋଇ ଯାଇଥିଲା। ପରଦିନ ପୀଡ଼ିତାର ବାପା ଚୌଦ୍ୱାର ଥାନାରେ ଝିଅ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ଅଭିଯୋଗପାଇ ଚୌଦ୍ୱାର ପୁଲିସ ଘଟଣାର ତଦନ୍ତ ଚଳାଇ ଚଳିତ ମାସ ୯ତାରିଖ ଦିନ ଯୁବତୀ ଜଣକୁ ଯୁବକର ଘରୁ ଉଦ୍ଧାର କରିଥିଲେ। ପୀଡ଼ିତାର ବୟାନକୁ ଭିତ୍ତିକରି ପୁଲିସ ଅଭିଯୁକ୍ତ ଭଗିଆକୁ ଗିରଫ କରିଥିଲା।

Comments are closed.