ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଫେରାର ଅଭିଯୁକ୍ତ ଗିରଫ

ଜି.ଉଦୟଗିରି : ରାଇକିଆ ପୁଲିସ ଗୁରୁବାର ଫେରାର ଅଭିଯୁକ୍ତ କୁନା ଦିଗାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଚଳିତ ବର୍ଷ ଜାନୁଆରୀ ୯ ତାରିଖ ଦିନ ଜଣେ ମହିଳା ତାଙ୍କ ବାସଭବନରେ ପୋଷାକ ବଦଳାଉଥିବା ସମୟରେ ଖଜୁରୀପଡା ଥାନା ଅନ୍ତର୍ଗତ ଲାମ୍ବାଗୁଡିକି ଗ୍ରାମର କୁନା ଦିଗାଳ ମହିଳାଙ୍କ ଘରେ ପସି ତାଙ୍କୁ ଅସଦାଚାରଣ କରିବା ସହ ବାଡାବାଡି କରି ସେଠାରୁ ଫେରାର ହୋଇଯାଇଥିଲା। ଏ ନେଇ ମହିଳାଙ୍କ ଏତଲାକୁ ଭିତି କରି ରାଇକିଆ ଥାନାରେ ଏକ ମାମଲା ରୁଜୁ କରି ତାକୁ ଖୋଜାଖୋଜି କରୁଥିଲା। ଏବେ କୁନା ଦିଗାଳ ଫୁଲବାଣୀ ସହରରେ ବୁଲୁଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ରାଇକିଆ ପୁଲିସ ଫୁଲବାଣୀ ରେ ପହିଞ୍ଚି ଫେରାର କୁନା ଦିଗାଳକୁ ଗିରଫ କରି ରାଇକିଆ ଥାନାକୁ ଆଣି ଆଜି ଜି.ଉଦୟଗିରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।

Comments are closed.