ପାରିବାରିକ କଳହରୁ ଯୁବତୀର ଆତ୍ମହତ୍ୟା

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ ଠୁରୁପାଲି ଗ୍ରାମର ସୌଦାମିନୀ ଖର୍ସେଲ ନାମ୍ନୀ ଜନୈକ ୨୬ ବର୍ଷ ବୟସ୍କା ଯୁବତୀ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା ପୁଳିସ ସୁତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ପାରିବାରିକ କଳହରେ ଅତିଷ୍ଟ ସୌଦାମିନୀ ବିଷ ପିଇ ଦେଲାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲଇଡା ଫାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି।

Comments are closed.