ପିକଅପ୍ ଧକ୍କାରେ ଯୁବକ ଗୁରୁତର

ପାଟଣା : ଆଜି ପୂର୍ବାହ୍ନରେ ପାଟଣା-ଢେଙ୍କିକୋଟ ୨୨୦ ନମ୍ୱର୍ ଜାତୀୟ ରାଜପଥ ଅନ୍ତର୍ଗତ ଟିକିରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସାମ୍ନାରେ ଏକ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ଢେଙ୍କିକୋଟ ର ସ୍ବର୍ଗତ ଅଶୋକ କୁମାର ସାହୁଙ୍କ ପୁଅ ପ୍ରମୋଦ କୁମାର ସାହୁ(୨୧) ବୋଲି ଜଣାପଡିଛି। ପ୍ରମୋଦଙ୍କ ଗୋଡର ଗୋଟିଏ ଆଙ୍ଗୁଠି କଟି ଯାଇଥିବା ବେଳେ ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ପଠାଇବାର ବ୍ୟବସ୍ଥା କରାଯାଇଛି।

Comments are closed.