ଶବ ସତ୍କାର କରି ଫେରିଥିବା ଯୁବକଙ୍କ ମୃତ୍ୟୁ

ପାତ୍ରପୁର: ପାତ୍ରପୁର ବ୍ଳକ ଆଙ୍କୁଲି ପଂଚାୟତର ଦୁର୍ଗମ ଏଲଗଲ ଗ୍ରାମର ଜଣେ ଯୁବକ ଶବ ସତ୍କାର କରି ଫେରି ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ଜଟେଶ୍ବର ବେହେରା(୪୦) ବୋଲି ଜଣାପଡ଼ିଛି। ତାଙ୍କ ମୃତ୍ୟୁ କେଉଁ କାରଣରୁ ଘଟିଲା ତାହା ଜଣା ପଡିନାହିଁ। ଜଟେଶ୍ବର ଗ୍ରାମର କିଛି ଲୋକଙ୍କ ସହିତ ନିକଟ ଗ୍ରାମ ମାଡୁଆର ମାସେ ତଳେ ମୃତ ରେଙ୍କ। ଦଳେଇଙ୍କ ପତ୍ନୀ ବୁଦ୍ଧି ଦଳେଇଙ୍କ ଶବ ସତ୍କାର କରିବାକୁ ଯାଇ ଅପରାହ୍ନରେ ଗ୍ରାମକୁ ଫେରିଥିଲେ। ତେବେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଭୋର ସମୟରେ ପତ୍ନୀ ଜାଣିବାକୁ ପାଇଥିଲେ। ତାଙ୍କର ଛଅ ଗୋଟି ସନ୍ତାନ ଦୁଇ ପୁଅ ଓ ଚାରି ଝିଅ ଅଛନ୍ତି। ତାଙ୍କର ହଠାତ ମୃତ୍ୟୁ ଯୋଗୁଁ ଶୋକର ଛାୟା ଖେଳିଯାଇଛି। ସେ ଗରିବ ଶ୍ରେଣୀର ହୋଇଥିବା ବେଳେ ତିତଲି ବାତ୍ୟା ବେଳେ ତାଙ୍କ ପକ୍କା ଘରଟି ବନ୍ୟା ପାଣି ସ୍ରୋତରେ ଭାଙ୍ଗି ଭାସି ଯାଇଥିଲା। ଏବେ ଅନ୍ୟ ସ୍ଥାନରେ ଘର କରି ରହୁଥିବା ବେଳେ ପରିବାର ମୁଖ୍ୟଙ୍କ ମୃତ୍ୟୁ ଯୋଗୁଁ ଚିନ୍ତା ବଢ଼ିବାରେ ଲାଗିଛି। ଏହି ଗରିବ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.