ପୋଖରୀରେ ପହଁରୁଥିବା ବେଳେ ବୁଡିଗଲେ ଯୁବକ; ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବାଲେଶ୍ବର: ବାଲେଶ୍ବର ସହର ନିକଟସ୍ଥ ତାମୁଳିଆରେ ମଙ୍ଗଳବାର ପୋଖରୀରେ ପହଁରୁଥିବା ବେଳେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଅଜୟ ସେଠୀ ବୋଲି ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

ଅପରପକ୍ଷେ, ବାଲେଶ୍ବର ଜିଲା ଇଂଚୁଡ଼ି ସମୁଦ୍ର ପଠାରୁ ଆଜି ଏକ ଅଜଣା ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି। ମୃତଦେହଟି ପଠାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଖନ୍ତାପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି।

Comments are closed.