ମଦ୍ୟପଙ୍କ ପାଇଁ ଦୁଃସମ୍ବାଦ: କରୋନା ଟୀକା ନେବା ପରେ ଛାଡ଼ିବାକୁ ପଡ଼ିବ ମଦ; ବିଶେଷଜ୍ଞ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ : ମଦ୍ୟପମାନଙ୍କ ପାଇଁ ଦୁଃସମ୍ବାଦ। କରୋନା ଟୀକା ନେବାକୁ ଚାହୁଁଥିଲେ ମଦ ଛାଡ଼ିବାକୁ ପଡ଼ିବ । ତେବେ ଏହାପରେ ଆଉ ଏକ ସୁସମ୍ବାଦ ମଧ୍ୟ ରହିଛି । ୨ ମାସ ପରେ ମଦ୍ୟାସକ୍ତମାନେ ଅଳ୍ପଅଳ୍ପ ମଦ ପିଇ ପାରିବେ । କରୋନା ଟୀକା ସଂକ୍ରାନ୍ତରେ ବିଶେଷଜ୍ଞମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ସ୍ପୁଟନିକ୍ -୫ କରୋନା ଟୀକା ନେବା ପରେ ରୁଷ କର୍ତୃପକ୍ଷ ୨ ମାସ ପର୍ଯ୍ୟନ୍ତ ମଦ୍ୟପାନ ନ କରିବାକୁ ରୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି ।  ବିଶେଷଜ୍ଞଙ୍କ ଅନୁଯାୟୀ, ମଦ୍ୟପାନ  ପ୍ରତିବନ୍ଧକ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ଉଦ୍ଦିଷ୍ଟ।

Coronavirus COVID-19 single dose small vials and multi dose in scientist hands concept. Research for new novel corona virus immunization drug.

ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲର ସ୍ନାୟୁବିଜ୍ଞାନର ମୁଖ୍ୟ ତଥା ନିର୍ଦ୍ଦେଶକ ଡକ୍ଟର ପ୍ରବୀଣ ଗୁପ୍ତା କହିଛନ୍ତି ଯେ କୋଭିଡ ଟିକା ନେଉଥିବା ରୋଗୀଙ୍କ ପାଇଁ ରୁଷ କର୍ତ୍ତୃପକ୍ଷ କିଛି ଅଦ୍ଭୁତ ପରାମର୍ଶ ଦେଇଛନ୍ତି, ଯାହା ବୋଧହୁଏ ଅଧିକ କୋଭିଡ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଅଧିକ ସହାୟକ ହେବ ।  ଟୀକା ନେବା ପରେ ମଦ୍ୟପାନ କରିବାକୁ ରୋଗୀମାନଙ୍କୁ ବାରଣ କରାଯାଇଛି।

ରୁଷରେ ସାଧାରଣତଃ ଅଧିକାଂଶ ଲୋକ ମଦ୍ୟପାନ କରନ୍ତି । ତେଣୁ ରୁଷ କର୍ତ୍ତୃପକ୍ଷ ଏପରି ବାରଣ କରିଥାଇ ପାରନ୍ତି । ଅର୍ଥନେତୖିକ ଦୃଷ୍ଟିରୁ ଏହା ହୁଏତ ଦେଶ ପାଇଁ ଅହିତକର ହୋଇପାରେ, ମାତ୍ର ଲୋକଙ୍କ ସ୍ବାସ୍ଥ୍ୟ ଓ ସ୍ବାର୍ଥ ଦୃଷ୍ଟିରୁ ଏହା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଉଛି ।

Comments are closed.