ୱାଇଏଫଏ ହରଭଙ୍ଗା ବ୍ଲକ କମିଟି ଗଠିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ନର୍ସରି ଠାରେ ୱାଇଏଫଏ ହରଭଙ୍ଗା ବ୍ଲକ କମିଟି ଗଠିତ ହୋଇଅଛି। ସଭାପତି ମନରଞନ ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକର ସମସ୍ତ ସଂଗଠିତ କମିଟିର ଘୋଷଣା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ବାବେ ରାଜ୍ୟ ଜୋନାଲ ସମ୍ପାଦକ ବନମାଳୀ ରଣା, ସମ୍ମାନୀତ ଅତିଥି ବାବେ ଜୋନାଲ ଉପସଭାପତି ସୁଧଂଶୁ ଡାଙ୍ଗ, ବୌଦ୍ଧ ଜିଲ୍ଲା ସଭାପତି ସୁନୀଲ ଖେତି ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରି ବିଭିନ୍ନ ସାମାଜ ମଙ୍ଗଳ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି।

Comments are closed.