ୟାମିଙ୍କ ଭୟ

ଚଳଚ୍ଚିତ୍ର ‘ଭୂତ ପୋଲିସ୍‌’ର ସୁଟିଂ ଏବେ ହିମାଚଳପ୍ରଦେଶର ଡଲ୍‌ହାଉସିରେ ଚାଲିଛି। ସୈଫ୍ ଅଲୀ ଖାନ୍, ୟାମି ଗୌତମ, ଅର୍ଜୁନ କପୁର, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଡଲ୍‌ହାଉସିରେ ଯେଉଁ ଘରେ ଏଇ ଚଳଚ୍ଚିତ୍ରର ସୁଟିଂ ହେଉଛି, ସେଠାରେ ପୂର୍ବରୁ ମଧ୍ୟ କେତୋଟି ସୁପରହିଟ୍ ବଲିଉଡ ଗୀତ ଓ ଚଳଚ୍ଚିତ୍ର ସୁଟିଂ ହୋଇଛି। ୟାମି ଏହି ଘରର ଫଟୋ ଅପଲୋଡ କରିବା ସହ ‘୧୯୪୨-ଏ ଲଭ୍ ଷ୍ଟୋରି’ ସେଠାରେ ସୁଟିଂ ହୋଇଥିବାର ଉଲ୍ଲେଖ କରିଛନ୍ତି। କମେଡି ହରର୍ ଏଇ ଚଳଚ୍ଚିତ୍ରର ସୁଟିଂ କରିବାବେଳେ ସେ ଭୟଭୀତ ହୋଇଗଲେଣି। ଏହା ପୂର୍ବରୁ ଏଭଳି ଭୌତିକ କାଣ୍ଡ ତାଙ୍କ ସହ କେବେ ହୋଇନଥିଲା। ମାସେ ହେବ ଏଇ ସେଟ୍‌ରେ ଥିବାବେଳେ ବିଚିତ୍ର ସ୍ବପ୍ନମାନ ସେ ଦେଖୁଛନ୍ତି। ହୋଟେଲ କକ୍ଷରେ ଶୋଇବା ସମୟରେ ଚିତ୍କାରମାନ ତାଙ୍କୁ ଶୁଣାଯାଉଛି। ସହକର୍ମୀଙ୍କୁ ସେ ଏଇ କଥା କହିବାରୁ ସେମାନେ ଥଟ୍ଟା, ପରିହାସ କରୁଛନ୍ତି। ୟାମି ଏବେ ପ୍ରମାଦ ଗଣୁଛନ୍ତି କିଭଳି ସୁଟିଂ ସରିଲେ, ସେ ମୁମ୍ବଇ ଫେରିବେ ?

Comments are closed.