ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ୱାଇ ପ୍ଲସ୍ ସୁରକ୍ଷା

ଶିବସେନାର ୧୫ଜଣ ବିଦ୍ରୋହୀ ବିଧାୟକଙ୍କୁ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ଘର ଓ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ସିଆରପିଏଫ୍ ସଶସ୍ତ୍ର ଯବାନଙ୍କୁ ବିଧାୟକଙ୍କ ବାସଭବନରେ ମୁତୟନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ଶିନ୍ଦେଙ୍କୁ ଏହି ସୁରକ୍ଷା ଦିଆଯାଇ ନାହିଁ। ତେବେ ଥାନେ, ଡୋମ୍ବିଭାଲି, କଲ୍ୟାଣ ଓ ଉଲାସନଗରରେ ଥିବା ଶିନ୍ଦେଙ୍କ କାର୍ଯ୍ୟାଳୟରେ ପୁଲିସ ମୁତୟନ କରାଯାଇଛି। ୱାଇ ପ୍ଲସ ସୁରକ୍ଷା ପାଇଥିବା ବିଧାୟକମାନେ ହେଲେ ରମେଶ ବୋରନାରେ, ମଙ୍ଗେସ କୁଡାଲକର, ସଞ୍ଜୟ ଶିରସାତ, ଲତାବାଇ ସୋନାୱାନେ, ପ୍ରକାଶ ସୁରଭେ, ସଦାନନ୍ଦ ସରନାଭକର, ଯୋଗେଶ ଦାଦା କଦମ, ପ୍ରତାପ ସରନାଏକ, ଯାମିନୀ ଯାଦବ, ପ୍ରଦୀପ ଜୟଶ୍ବାଲ, ସଞ୍ଜୟ ରାଠୋଡ, ଦାଦାଜୀ ଭୁସେ, ଦିଲୀପ ଲାଣ୍ଡେ, ବାଲାଜୀ କଲ୍ୟାନର ଓ ସନ୍ଦୀପନ ଭୁମରେ।

Comments are closed.