ବଜାରକୁ ଆସିଲା ବହୁ ପ୍ରତୀକ୍ଷିତ ଏକ୍ସୟୁଭି୭୦୦; ୫୭ ମିନିଟ ମଧ୍ୟରେ ୨୫,୦୦୦ ୟୁନିଟ ବୁକିଂ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଯାନବାହନ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ଦ୍ୱାରା ନିର୍ମିତ ତାହାର ବହୁ ପ୍ରତୀକ୍ଷିତ ଏକ୍ସୟୁଭି୭୦୦ ଗୁରୁବାର ଦିନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଫୁଲନଖରା ନିକଟ ବମ୍ଫକୁଦସ୍ଥିତ ଆଦିତ୍ୟ ମୋଟର୍ସରେ ଆୟୋଜିତ ଏକ ଉତ୍ସବରେ ଏହି ଗାଡିର ଅନାବରଣ କରାଯାଇଥିଲା। ଉତ୍ସବରେ ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏଥିସହିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଆରଏସଏମ୍‍ ବିଜୟ ଗୁପ୍ତା, ଆଦିତ୍ୟ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଏସଏମ କିଶୋର କୌଶଲ, ଆଦିତ୍ୟ ମୋଟର୍ସର ଜେନେରାଲ ମ୍ୟାନେଜର ମନୋଜ କୁମାର ରଥ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସର୍ବଭାରତୀୟ ସ୍ତରରେ ଏହା ବଜାର ପ୍ରବେଶ କରିବାର ମାତ୍ର ୫୭ ମିନିଟ ମଧ୍ୟରେ ଏହାର ୨୫,୦୦୦ ୟୁନିଟ ବୁକିଂ ହେବା ସହିତ ଏକ ରେକର୍ଡ ସୃଷ୍ଟି ହୋଇଛି।

Comments are closed.