୧୦୮ଏମପି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଜିଓମି ଏମଆଇ-୧୦ ୫ଜି

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନି ଜିଓମି ଏହାର ସବୁଠାରୁ ବିଶେଷ ଉପକରଣ ଏମଆଇ-୧୦ ୫ଜି (xiaomi-mi-10-5g) ଭାରତରେ ଲଞ୍ଚ କରିଛି। ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନର ଲାଟେଷ୍ଟ୍ ପ୍ରୋସେସର୍, ୧୦୮ ମେଗାପିକ୍ସେଲ କ୍ୟାମେରା ଏବଂ ଶକ୍ତିଶାଳୀ ଡିସପ୍ଲେର ସମର୍ଥନ ପାଇପାରିବେ। ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ଏହି ସ୍ମାର୍ଟଫୋନକୁ ଅନେକ ବିଶେଷ ବୈଶିଷ୍ଟ୍ୟ ଦିଆଯାଇଛି।
ଜିଓମି ଏମଆଇ-୧୦ ୫ଜି ସ୍ମାର୍ଟଫୋନ୍ ମୂଲ୍ୟ
ଜିଓମି ଏହି ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ୮ ଜିବି ରାମ୍ + ୧୨୮ ଜିବି ଷ୍ଟୋରେଜ୍ ଏବଂ ୮ ଜିବି ରାମ୍ + ୨୫୬ ଜିବି ଷ୍ଟୋରେଜ୍ ସହିତ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ୮ ଜିବି ରାମ୍ + ୧୨୮ ଜିବି ଷ୍ଟୋରେଜର ଫୋନର ମୂଲ୍ୟ ୪୯,୯୯୯ ଟଙ୍କା ଏବଂ ୮ ଜିବି ରାମ୍ + ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୫୪,୯୯୯ ଟଙ୍କା ରହିଛି। ଆହୁରି ମଧ୍ୟ, ଏମଆଇ-୧୦ ୫ଜି ସ୍ମାର୍ଟଫୋନକୁ କମ୍ପାନୀର ଅଫିସିଆଲ୍ ସାଇଟ୍ ଏବଂ ଅନଲାଇନ୍ ଷ୍ଟୋର ଆମାଜନ୍ ଇଣ୍ଡିଆରୁ କିଣି ପାରିବେ। ଏଥି ସହିତ ଏହି ସ୍ମାର୍ଟଫୋନର ପ୍ରି-ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଏଚଡିଏଫସିର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଏହି ସ୍ମାର୍ଟଫୋନ୍ କିଣିଲେ ୩ହଜାର ଟଙ୍କାର କ୍ୟାସବ୍ୟାକ୍ ସହିତ ୧୦ହଜାର ଏମଏଚ୍ ପାୱାର୍ ବ୍ୟାଙ୍କ ପାଇପାରିବେ।
ଜିଓମି ଏମଆଇ-୧୦ ୫ଜି ସ୍ମାର୍ଟଫୋନରେ ୬.୬୭ଇଞ୍ଚର ଫୁଲ ଏଚଡ଼ି ପ୍ଲସ୍ ଡିସପ୍ଲେ ରହିଛି, ଯାହାର ରେଜୋଲ୍ୟୁସନ ୧୦୮୦/ ୨୩୪୦ ପିକ୍ସେଲ ରହିଛି। ଆହୁରି ମଧ୍ୟ, ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୬୫ ପ୍ରୋସେସରର ସମର୍ଥନ ରହିଛି। ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ଏମଆଇୟୁଆଇ-୧୧ ଅପରେଟିଂ ସିଷ୍ଟମରେ କାମ କରେ।
ଜିଓମି ଏମଆଇ-୧୦ ୫ଜି ସ୍ମାର୍ଟଫୋନ୍ କ୍ୟାମେରା
ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ଏକ କ୍ୱାଡ କ୍ୟାମେରା ସେଟଅପ୍ ପାଇପାରିବେ। ଯେଉଁଥିରେ ୧୦୮ ମେଗାପିକ୍ସେଲର ପ୍ରାଥମିକ ସେନସର, ୧୩ ମେଗାପିକ୍ସେଲ ୱାଇଡ୍ ଆଙ୍ଗଲ୍ ଲେନ୍ସ, ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ ୨ ମେଗାପିକ୍ସେଲର ଗଭୀରତା ସେନସର ରହିଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନରେ ୨୦ ମେଗାପିକ୍ସେଲ ସେଲଫି କ୍ୟାମେରା ଦିଆଯାଇଛି।
ସଂଯୋଗୀକରଣ ଦୃଷ୍ଟିରୁ, ଜିଓମି ୫ଜି, ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍ ଭର୍ସନ୍ ୫.୧, ଜିପିଏସ୍, ଏନଏଫସି ଏବଂ ୟୁଏସବି ପୋର୍ଟ ଟାଇପ୍-ସି ଭଳି ଫିର୍ଚର ରହିଛି। ଏହା ବ୍ୟତୀତ, ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ୪ହଜାର ୭୮୦ଏମଏଚ୍ ବ୍ୟାଟେରୀ ରହିଛି। ଯାହା ୧୦ୱାଟର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ।

Comments are closed.