କରୋନା ରୋଗୀଙ୍କୁ ଟ୍ରାକ କରିବାକୁ ପ୍ରସ୍ତୁତ ହେଉଛି ରିଷ୍ଟବ୍ୟାଣ୍ଡ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ବହୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି । ସମସ୍ତ ପଦକ୍ଷେପ ପରେ ମଧ୍ୟ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଉଛି । ଯାହା ସରକାରଙ୍କ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରୁଛି । ତିନୋଟି ସ୍ଥାନରେ କରୋନା ସଂକ୍ରମଣକୁ ରୋକିବାରେ ସରକାର ସର୍ବାଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

  • କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଓ ନର୍ସଙ୍କୁ ସଂକ୍ରମଣ ଆଶଙ୍କା
  • ହଟସ୍ପଟ୍ ଅଞ୍ଚଳରେ ରହୁଥିବା ଲୋକମାନେ ଘର ଏବଂ ବିଚ୍ଛିନ୍ନ ରହିବାକୁ ଇଚ୍ଛା କରନ୍ତି ନାହିଁ
  •  ଲୋକମାନେ କ୍ୟାଣ୍ଟିନରୁ ଦୂରେଇ ଯାଉଛନ୍ତି, ଅନେକ ଲୋକ ନିୟମ ମାନିବାକୁ ପ୍ରସ୍ତୁତ ନୁହଁନ୍ତି

ଏହି ତିନୋଟି ସମସ୍ୟାକୁ ଦୂର କରିବା ପାଇଁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା କମ୍ପାନୀ ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ୍ ଏକ ନୂଆ ଟେକନିକ ବାହାର କରିଛି । ଏହି କମ୍ପାନୀ ଅନୁଯାୟୀ ଟେକ୍ନୋଲୋଜି ସାହାଯ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ।  କମ୍ପାନୀ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବ । ଏଥି ପାଇଁ କମ୍ପାନୀ ଏକ ରିଷ୍ଟବ୍ୟାଣ୍ଡ ପ୍ରସ୍ତୁତ କରୁଛି। ଯାହା କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କ ତାପମାତ୍ରା ମାପିବା ସହ ଉପରୋକ୍ତ ତିନୋଟି ସମସ୍ୟାକୁ ବହୁ ପରିମାଣରେ ସମାଧାନ କରିପାରିବ ।

କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଜର୍ଜ କୁରୁଭିଲା ଏକ ହିନ୍ଦି ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ ଏଭଳି ରିଷ୍ଟବ୍ୟାଣ୍ଡ ଭାରତରେ ଲୋକପ୍ରିୟ ନୁହେଁ। କିନ୍ତୁ ଦୁନିଆରେ ଯେତେ ପ୍ରକାର ରିଷ୍ଟବ୍ୟାଣ୍ଡ ରହିଛି , ଆମେ ସେସବୁକୁ ତର୍ଜମା କରି ଏହି ରିଷ୍ଟବ୍ୟାଣ୍ଡ ପ୍ରସ୍ତୁତ କରୁଛୁ ।ଯାହାର ବ୍ୟବହାର କରି ଏହି କରୋନା ମହାମାରୀ ସହ ଲଢେଇ କରିପାରିବା ।

କିପରି କାମ କରିବ ଏହି ରିଷ୍ଟବ୍ୟାଣ୍ଡ ?

କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଜର୍ଜ କୁରୁଭିଲା କହିଛନ୍ତି ଏହି ରିଷ୍ଟବ୍ୟାଣ୍ଡ ଦୁଇଟି ଉପାୟରେ କାମକରିବ । ପ୍ରଥମେ ଏହା ପିନ୍ଧିଥିବା ଲୋକ ଶରୀରର ତାପମାତ୍ରା ମାପିପାରିବ ଏବଂ ଜ୍ଵର ରହିଛି କି ନାହିଁ ଜଣାଇବ ।

ଦ୍ବିତୀୟତ ଏହି ରିଷ୍ଟବ୍ୟାଣ୍ଡରେ ଜିଓ ଫେନିସିଂର କୌଶଳ ବ୍ୟବହୃତ ହେବ, ଯାହା ଦ୍ବାରା ଜାଣିହେବ ଯେ କୌଣସି ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି ସେ ତାହାର ପାଳନ କରୁଛନ୍ତି କି ନାହିଁ । ଏଥି ପାଇଁ ଏହି ବ୍ୟାଣ୍ଡରେ ମୋବାଇଲ ଜିପିଏସ୍ ବ୍ୟବହାର କରିବାକୁ ପଡିବ ।

ଜର୍ଜ କୁରୁଭିଲାଙ୍କ ଅନୁଯାୟୀ ଏହା ହଟସ୍ପଟ୍ ଅଞ୍ଚଳରେ ସର୍ବୋତ୍ତମ ବ୍ୟବହାର ଯୋଗୀ ସାବ୍ୟସ୍ତ ହେବ । ହଟସ୍ପଟ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପାଇଁ ଚ୍ୟାଲେଞ୍ଚ ହେଉଛି ଘରକୁ ଘର ଯାଇ ନମୁନା ସଂଗ୍ରହ କରିବା ଏବଂ ପ୍ରତ୍ୟେକ ଘରର ବ୍ୟକ୍ତିଙ୍କୁ ଟ୍ରାକ କରିବା ।

ଏହି ବ୍ୟାଣ୍ଡକୁ ହଟସ୍ପଟ୍ ଅଞ୍ଚଳକୁ ସିଲ୍ କରିବା ପରେ ସମସ୍ତ ଘରର ସମସ୍ତ ସଦସ୍ୟଙ୍କୁ ପିନ୍ଧିବା ପାଇଁ ଦିଆଯିବ ଯାହା ଦ୍ବାରା ସ୍ଥାନୀୟ ପ୍ରଶାସକ ଏକ ସର୍ଭରରେ ଏହା ଦେଖିପାରିବେ କି କେଉଁଘରେ ଲୋକମାନଙ୍କ ପାଖରେ କରୋନା ଲକ୍ଷଣ ଦେଖାଦେଉଛି । ଏହା ସେହି ବ୍ୟକ୍ତିଙ୍କୁ ତୁରନ୍ତ ଟ୍ରାକ୍ କରିବା ଏବଂ ଅଲଗା କରିବାରେ ସାହାଯ୍ୟ କରିବ ।  ଏହି କୌଶଳକୁ ଏକରୁ ଅଧିକ ହଟସ୍ପଟରେ ବ୍ୟବହାର କରାଯାଇପାରିବ ଏବଂ ଗୋଟିଏ ବ୍ୟାଣ୍ଡକୁ ପରିମଳ କରାଯାଇ ଅନ୍ୟ ସ୍ଥାନରେ ବ୍ୟବହାର କରାଯାଇପାରିବ ।

ସରକାର ଯେଉଁ ଅଞ୍ଚଳକୁ ହଟସ୍ପଟ୍ ଘୋଷଣା କରିବେ ସେହି ଅଞ୍ଚଳର ପ୍ରଶାସନ ଏବଂ ମ୍ୟୁନିସିପାଲିଟି କର୍ପୋରେସନର ଅଧିକାରରେ ଏହି ବ୍ୟାଣ୍ଡ ଦିଆଯାଇପାରିବ । ସେମାନେ ସର୍ଭରରେ ଦେଖାଯାଇଥିବା ଗ୍ରାଫ୍ ମାଧ୍ୟମରେ ଲୋକଙ୍କ ଶରୀରର ତାପମାତ୍ରାକୁ ଟ୍ରାକ୍ କରିବେ । ସେହି ଅଞ୍ଚଳ ଲାଲ୍ ଜୋନ୍ ରୁ ସବୁଜ ଜୋନ୍ କୁ ଗଲା ପରେ ଏହା ଲୋକମାନଙ୍କଠାରୁ ପ୍ରତ୍ୟାହାର କରାଯାଇପାରିବ ଏବଂ ବିଶୋଧନ ପରେ ଅନ୍ୟ ହଟସ୍ପଟ ଅଞ୍ଚଳରେ ମଧ୍ୟ ବ୍ୟବହାର କରାଯାଇପାରିବ ।

କେବେ ବଜାରକୁ ଆସିବ ଏହି ବ୍ୟାଣ୍ଡ

ଜର୍ଜ କୁରୁଭିଲାଙ୍କ ଅନୁଯାୟୀ, ଏହି ରିଷ୍ଟବ୍ୟାଣ୍ଡ ହାତଘଣ୍ଟା ପରି ହେବ। ଏହାକୁ ତିଆରି କରିବା ପାଇଁ ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ୍ ୪ ରୁ ୫ ଭାରତୀୟ କମ୍ପାନୀ ସହିତ ଯୋଗାଯୋଗରେ ଅଛନ୍ତି । ଏହି କମ୍ପାନୀମାନେ ବାହାରୁ କିଛି ହାଡୱେର ସାମଗ୍ରି ଆଣିବେ । ସେମାନଙ୍କ ପାଖରେ ସଫ୍ଟୱେର ରହିଛି । ଏହାକୁ ତିଆରି କରିବାକୁ ସେମାନଙ୍କୁ ୧୦ ରୁ ୧୫ ଦିନ ସମୟ ଲାଗିବ ।
କୁରୁଭିଲ୍ଲା ଚାହୁଁଛନ୍ତି ଯେ ଏହି ବ୍ୟାଣ୍ଡ ପ୍ରଥମେ ଡାକ୍ତରଖାନାର ନର୍ସ ଏବଂ ଡାକ୍ତରମାନଙ୍କ ଉପରେ ଦଶ ଦିନ ପାଇଁ ବ୍ୟବହୃତ ହେବ । ଏହି ବ୍ୟାଣ୍ଡଗୁଡ଼ିକ କେତେ ପ୍ରଭାବଶାଳୀ ତାହା ଏହା ଦର୍ଶାଇବ । ସବୁକିଛି ସୁନିଶ୍ଚିତ କରିବା ପରେ ଏହାକୁ ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କୁ ଦେବା ପାଇଁ ପ୍ରସ୍ତୁତି କରାଯିବ ।

Comments are closed.