ବିଶ୍ୱକପ କ୍ରିକେଟ୍‍ : ଦକ୍ଷିଣ ଆଫ୍ରିକା ପାଇଁ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଓଭାଲ : କ୍ରିକେଟ୍ ବିଶ୍ବକପ-୨୦୧୯ର ପ୍ରଥମ ମୁକାବିଲା ଗୁରୁାବର ଇଂଲଣ୍ଡର ଦି ଓଭାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବକପର ପ୍ରଥମ ମ୍ୟାଚରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରିତ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଙ୍ଗ କରି ଇଂଲଣ୍ଡ ପାଇଁ ୩୧୨ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୧୧ ରନ୍ କରିଛି। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୭୯ବଲ ଖେଳି ୮୯ରନ କରିଛନ୍ତି। ଯେଉଁଥିରେ ତାଙ୍କର ୯ଟି ଚୌକା ସାମିଲ ରହିଛି।

Comments are closed.