ଡିସେମ୍ବର ୯ରେ ଗଣତନ୍ତ୍ର ଉପରେ ବିଶ୍ୱ ସମ୍ମିଳନୀ: ଚୀନକୁ ଡାକିଲେ ନାହିଁ ବାଇଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗଣତନ୍ତ୍ର ଉପରେ ଏକ ସମ୍ମିଳନୀ ଆୟୋଜନ କରୁଛନ୍ତି । ଆଗାମୀ ଡିସେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଭର୍ଚୁଆଲ ପଦ୍ଧତିରେ ଆୟୋଜନ କରାଯାଉଥିବା ଏହି ସମ୍ମିଳନୀ ପାଇଁ ୧୧୦ ରାଷ୍ଟ୍ରକୁ ବାଇଡେନ ଆମନ୍ତ୍ରଣ କରିଛନ୍ତି । କିନ୍ତୁ ଚୀନକୁ ଏଥିପାଇଁ ଆମନ୍ତ୍ରଣ କରାଯାଇନାହିଁ । ଆମେରିକା ରାଷ୍ଟ୍ରପତି ତାଇୱାନକୁ ଆମନ୍ତ୍ରଣ କରିଥିବା ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି । ଅନ୍ୟପକ୍ଷରେ ତୁର୍କୀ ନାଟୋ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ହୋଇଥିଲେ ମଧ୍ୟ ତାହାର ନାମ ଏହି ଆମନ୍ତ୍ରିତ ରାଷ୍ଟ୍ରଗୁଡିକର ତାଲିକାରେ ନଥିବା ଜଣାଯାଇଛି ।

Comments are closed.