ବଲାଙ୍ଗିରରେ ଜିଲାସ୍ତରୀୟ ବିଶ୍ୱ ମୂତ୍ତିକା ଦିବସ

ବଲାଙ୍ଗିର : ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲା କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଲର୍କିପାଲି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିଶ୍ୱ ମୂତ୍ତିକା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ଯୋଗଦେଇ ମୂତ୍ତିକା ସଂରକ୍ଷଣ ଉପରେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଜିଲା କୃଷି ଅଧିକାରୀ ଅଶୋକ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଆଶିଷ ଦାସ ସଭା ପରିଚାଳନା କରିଥିଲେ। ପିଡି ଜଳଛାୟା ମିଶନ ସୌମେନ୍ଦ୍ର ମିଶ୍ର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶାରଦା ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ କେଶବ ମିଶ୍ର, ପାଟଣାଗଡ ଜିଲା କୃଷି ଅଧିକାରୀ ସୁରେନ୍ଦ୍ରନାଥ ସିଂହ, ଇଫକୋ ଅଧିକାରୀ ରତିକାନ୍ତ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ତପନ ତରାଇ, ରାହୁଲ ଦେବ ବେହେରା, ଦେବଶ୍ରୀ ସରକାର, ସାଗରିକା ମୁନା, ଜିଲା ମୁଖ୍ୟ କୃଷି ଯନ୍ତ୍ରୀ ଦେବବ୍ରତ ଦାଶଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୩୦ ଜଣ ଚାଷୀଙ୍କୁ କୃଷି ବିଭାଗ ଓ କୃଷି ବିଜ୍ଞାନ ପକ୍ଷରୁ ମିଳିତ ରୂପେ ମୂତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ପତ୍ରିକା ବଣ୍ଟା ଯାଇଥିଲା। ଏହି ଅବସରରେ କୃଷି ବିଜ୍ଞାନ ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ବେଳେ କୃଷି ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ମୂତ୍ତିକା ପରୀକ୍ଷାଗାର ପ୍ରଦର୍ଶନ କରାଯାଇଥିଲା।

Comments are closed.