ଆଜି ଜଳାତଙ୍କ ଦିବସ

କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୁଏ। କିଛି ବର୍ଷ ପୂର୍ବେ ଏହି ରୋଗ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ସ୍ବାସ୍ଥ୍ୟ ସଙ୍କଟ ଭାବେ ଛିଡ଼ା ହେଲା। ଆମେରିକା, ଇଉରୋପରେ ଜଳାତଙ୍କରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ପରେପରେ ଏହାର ନିରାକରଣ ପାଇଁ ସଚେତନତା ସୃଷ୍ଟି କରାଗଲା। ପ୍ରଥମଥର ୨୦୦୭ରେ ଜଳାତଙ୍କ ଦିବସ ସେପ୍ଟେମ୍ବର ୨୮ରେ ପାଳନ କରିବା ନିଷ୍ପତ୍ତି ନିଆଗଲା। ଫରାସୀ ମାଇକ୍ରୋବିଜ୍ଞାନୀ ଲୁଇ ପାଶ୍ଚର୍ ଏହି ରୋଗ ପାଇଁ ଫଳପ୍ରଦ ଟିକା ବାହାର କରିଥିଲେ। ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୨୮କୁ ‘ଜଳାତଙ୍କ ଦିବସ’ ଭାବେ ବିଶ୍ବସ୍ତରରେ ପାଳନ କରାଯାଉଛି।

Comments are closed.