ଆଜି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

ଆଜି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ସାରା ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ସମର୍ଥନ ଉଦ୍ୟମକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖ ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ। ୧୯୯୨ ମସିହା ଅକ୍ଟୋବର ୧୦ ତାରିଖରେ ପ୍ରଥମ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ମହାସଂଘ ପକ୍ଷରୁ ପାଳନ କରାଯାଇଥିଲା। କୋଭିଡ୍‍ ମହାମାରୀ ସମୟରେ ସବୁ ବୟସ ଲୋକମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ପ୍ରତି ନାହିଁ ନ ଥିବା ଆହ୍ୱାନ ସୃଷ୍ଟି ହୋଇଛି।

ସ୍ୱାସ୍ଥ୍ୟ ଏବଂ ଅନ୍ୟ ସମ୍ମୁଖ ଯୋଦ୍ଧା, ଛାତ୍ରଛାତ୍ରୀ ଏବଂ ଏକାକୀ ଜୀବନ ଯାପନ କରୁଥିବା ବ୍ୟକ୍ତିବିଶେଷ ମାନସିକ ସ୍ତରରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

Comments are closed.