ବିଶ୍ୱ ଆତଙ୍କବାଦ ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରୁଛି – ରାଜନାଥ

ସମାଜ ପୋର୍ଟାଲ ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସମଗ୍ର ବିଶ୍ୱ ଆତଙ୍କବାଦ ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରୁଛି। ସେ କହିଛନ୍ତି, ବିଶ୍ୱ ଶାନ୍ତି ପାଇଁ ପାକିସ୍ତାନ ଭଳି ଦେଶଗୁଡ଼ିକ ବିରୁଦ୍ଧରେ ଭାରତକୁ ବିଶ୍ୱର ବହୁ ବଡ଼ବଡ଼ ଦେଶ ସମର୍ଥନ କରୁଛନ୍ତି। ନୂଆଦିଲ୍ଲୀରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେ କହିଛନ୍ତି, ପାକିସ୍ତାନ ଉପରେ ସାମୁହିକ କୂଟନୈତିକ ଚାପର ଫଳ ଦେଖିବାକୁ ମିଳିଛି। ସେ କହିଛନ୍ତି, ବାଲାକୋଟ୍‍ ବିମାନ ଆକ୍ରମଣ ଜରିଆରେ ସୀମାନ୍ତରେ ଆତଙ୍କବାଦ ମୌଳିକ ଢାଞ୍ଚାଗୁଡ଼ିକୁ ଭାରତ ରହିବାକୁ ଦେବ ନାହିଁ କିମ୍ବା ସୀମା ଅଞ୍ଚଳକୁ ଆତଙ୍କବାଦମାନଙ୍କର ଆଡାସ୍ଥଳୀ ହେବାକୁ ଦେବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି।

ଏହି ଅବସରରେ ଉଦବୋଧନ ଦେଇ ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍ ଜେନେରାଲ୍‍ ବିପିନ୍‍ ରାୱତ୍‍ କହିଛନ୍ତି, ଯବାନମାନଙ୍କୁ ତାଲିମ ଓ ଉପଯୁକ୍ତ ଉତ୍ସାହ ମାଧ୍ୟମରେ ଦେଶର ପ୍ରତିରୋଧ ଶକ୍ତି ବୃଦ୍ଧି କରାଯାଇ ପାରିବ। ବିମାନବାହିନୀ ମୁଖ୍ୟ ମାର୍ଶାଲ୍‍ ଆର୍‍.କେ.ଏସ୍‍. ଭଦୁରିଆ କହିଛନ୍ତି, ରାଫେଲ୍‍ ଯୁଦ୍ଧ ବିମାନକୁ ବିମାନ ବାହିନୀରେ ସାମିଲ କରାଯାଇ ଖୁବ୍‍ ଶୀଘ୍ର ବିମାନ ବାହିନୀର ଦକ୍ଷତା ବୃଦ୍ଧି କରାଯିବ।

Comments are closed.