ବିଶ୍ବ ମାନବାଧିକାର ଦିବସ

୧୯୪୮ ଡିସେମ୍ବର ୧୦ରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାନାମାକୁ ଅନୁମୋଦନ କରାଯାଇଥିଲା। ଜାତିସଂଘ ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ ମାନବାଧିକାର ଦିବସ ପାଳିତ ହୋଇଆସୁଛି। ବିଶ୍ବର ପ୍ରତ୍ୟେକ ପ୍ରାନ୍ତର ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବା ସହ ଭେଦଭାବ ଭଳି ସମସ୍ୟାର ସମାଧାନ ପାଇଁ ଜାତିସଂଘ ମାନବାଧିକାର ଦିବସ ପାଳନ କରିବାକୁ ଉତ୍ସାହିତ କରିଥାଏ। ଏହା ସହ ପାରମ୍ପରିକ ଭାବରେ ଡିସେମ୍ବର ୧୦ରେ ମିଳିତ ଜାତିସଂଘ ଦ୍ବାରା ଦିଆଯାଉଥିବା ମାନବାଧିକାର ପୁରସ୍କାର ଏବଂ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ଏହି ଦିନ ପ୍ରଦାନ କରାଯାଏ।
Comments are closed.