ଜାନୁଆରୀ ୧୦ – ବିଶ୍ୱ ହିନ୍ଦୀ ଦିବସ

ନୂଆଦିଲ୍ଲୀ: ବର୍ଷର ପ୍ରତ୍ୟେକ ଦିନ କୌଣସି ନ କୌଣସି ଐତିହାସିକ କାରଣ ପାଇଁ ପ୍ରସିଦ୍ଧ, ବିଶେଷ କରି ଜାନୁଆରୀ ୧୦ ତାରିଖ ହିନ୍ଦୀ ଭାଷାଭାଷୀ ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦିନ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ହିନ୍ଦୀର ପ୍ରଚାର ପ୍ରସାର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ୨୦୦୬ ମସିହାରେ ହିନ୍ଦୀ ଦିବସ ପାଳନ ପାଇଁ ଘୋଷଣା କରିଥିଲେ। ବିଶ୍ୱରେ ହିନ୍ଦୀର ବିକାଶ ଏବଂ ଏକ ଆନ୍ତର୍ଜାତିକ ଭାଷା ଭାବରେ ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବିଶ୍ୱ ହିନ୍ଦୀ ସମ୍ମେଳନ ଆୟୋଜନ କରାଯାଇଥିଲା ଏବେ ୧୯୭୫ ଜାନୁଆରୀ ୧୦ରେ ନାଗପୁରରେ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମେଳନ ଆୟୋଜନ କରାଯାଇଥିଲା।

ସାରା ବିଶ୍ୱରେ ୩୦ରୁ ଅଧିକ ଦେଶରେ ହିନ୍ଦୀ ଶିକ୍ଷା ଦିଆଯାଉଛି ଏବଂ ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି। ଭାରତ ବ୍ୟତୀତ ମରିସସ, ଫିଜି, ସୁରିନାମ, ଗୁଆନା, ତ୍ରିନିଦାଦ ଏବଂ ନେପାଳରେ ହିନ୍ଦୀ ଭାଷାକୁ କଥିତ ଭାଷା ଭାବରେ ମଧ୍ୟ ବ୍ୟବହାର କରାଯାଏ। ଆମେରିକାରେ ପ୍ରାୟ ୧୫୦ରୁ ଅଧିକ ଶିକ୍ଷଣ ସଂସ୍ଥାରେ ହିନ୍ଦୀ ଶିକ୍ଷା ଦିଆଯାଉଛି। ଏକ ଆକଳନ ଅନୁଯାୟୀ, ୨୦୧୬ରେ ଡିଜିଟାଲ ମାଧ୍ୟମରେ ହିନ୍ଦୀ ସମ୍ବାଦ ପଢ଼ୁଥିବା ପାଠକଙ୍କ ସଂଖ୍ୟା ୫ କୋଟି ୫ ଲକ୍ଷ ଥିବା ବେଳେ ଏହି ସଂଖ୍ୟା ୨୦୧୧ ସୁଦ୍ଧା ୧୪ କୋଟିରେ ପହଂଚିବା ଅନୁମାନ କରାଯାଉଛି।

ଦେଶ ବିଦେଶରେ ଜାନୁଆରୀ ୧୦ ଯେଉଁଥି ପାଇଁ ପ୍ରସିଦ୍ଧି ଲାଭ କରିଛି ସେଗୁଡିକ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଏହିପରି।
୧୬୨୬: ବ୍ରିଟିଶ ରାଜଦୂତ ସାର ଥୋମାସ ଆଜମେରରେ ମୋଗଲ ବାଦଶାହ ଜାହାଙ୍ଗିରଙ୍କ ସହ ସାକ୍ଷାତ କରିଥିଲେ
୧୬୯୨: କୋଲକାତାର ସଂସ୍ଥାପକ କାରନାକଙ୍କ ଦେହାନ୍ତ
୧୮୧୮: ମରାଠା ଏବଂ ବ୍ରିଟିଶ ସେନା ମଧ୍ୟରେ ଅନ୍ତିମ ଲଢେଇ ଆରମ୍ବ
୧୮୩୬: ପ୍ରଫେସର ମଧୁସୂଦନ ଗୁପ୍ତ ପ୍ରଥମ ଥର ଶରୀରର ସଂରଚନା ବିଷୟରେ ଅଧ୍ୟୟନ କରିଥିଲେ
୧୮୮୬: ଅର୍ଥଶାସ୍ତ୍ରୀ ଜନ ମଥାଇଙ୍କ ଜନ୍ମ
୧୯୦୮: ହିନ୍ଦୀ ସାହିତ୍ୟିକ ପଦ୍ମନାରାୟଣ ରାୟଙ୍କ ଜନ୍ମ
୧୯୧୨: ସମ୍ରାଟ ପଞ୍ଚମ ଜର୍ଜ ଓ ରାଣୀ ମେରୀ ଭାରତରୁ ଯାତ୍ରା ଆରମ୍ଭ କଲେ
୧୯୪୦: ଗାୟକ ୟେସୁଦାସଙ୍କ ଜନ୍ମ
୧୯୪୬: ଲଣ୍ଡନରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ପ୍ରଥମ ବୈଠକ ଅନୁଷ୍ଠିତ
୧୯୬୯: ପ୍ରସିଦ୍ଧ ଲେଖକ ସଂପୂର୍ଣ୍ଣାନନ୍ଦଙ୍କ ପରଲୋକ
୧୯୭୨: ପାକିସ୍ତାନ ଜେଲରୁ ବାହାରି ବଙ୍ଗଳାଦେଶରେ ପହଁଚିଲେ ଶେଖ ମୁଜିବୁର ରେହମାନ
୧୯୭୪: ଅଭିନେତା ରିତୀକ ରୋଶନଙ୍କ ଜନ୍ମ
୧୯୭୫: ନାଗପୁରରେ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମେଳନ ଆୟୋଜନ
୧୯୮୭: ପ୍ରଥମ ଥର ପାଇଁ ବିଶ୍ୱ ନୌକା ଅଭିଯାନ ବମ୍ବେରେ ଶେଷ ହେଲା

Comments are closed.