ଆପଣ ଚା’ପ୍ରେମୀ କି ? ଜାଣନ୍ତୁ ଏହି ମହଙ୍ଗା ଚା’ ବିଷୟରେ, ଆଶ୍ଚର୍ଯ୍ୟ କରେ ଏହାର ଦାମ

ଅଧିକାଂଶ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। କିଛି ଲୋକେ ୨,୩ ରୁ ଅଧିକ ଥର ଚା’ ପିଇଥାଆନ୍ତି।ବିଶ୍ବର ସବୁଠାରୁ ସ୍ବାଦିଷ୍ଟ ପାନୀୟ ମଧ୍ୟରୁ ଚା’ ଅନ୍ୟତମ। ଅତିଥି ଚର୍ଚ୍ଚା ହେଉ ଅବା ସାଙ୍ଗସାଥୀ ମେଳରେ ଗପସପ ହେଉ, ଚା’ ବିନା ଏସବୁ ଅଧୁରା ଲାଗେ। ସାଧାରଣତଃ ଲୋକେ ଗୋଟିଏ ବା​‌ ଦୁଇଟି ଆସ୍ବାଦର ଚା’ ପିଇଥାନ୍ତି। କିନ୍ତୁ ଚା’ର ଅନେକ ଆସ୍ବାଦ ରହିଛି। ସେଥିମଧ୍ୟରୁ କିଛି ଚା’ ବିଶ୍ବର ସବୁଠୁ ଦାମୀ ବା ମହଙ୍ଗା ତାଲିକାରେ ସ୍ଥାନ ପାଇଛି। ଯାହାର ଦାମ ୧୦ଟି ଫ୍ଲାଟ୍ ସହ ସମାନ। ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ ଚା’ ବିଷୟରେ ……
ଟାଇଗୁଆନିନ୍ ଚା’ : ଓଲଙ୍ଗ ଚା’ ଭଳି ଦେଖିବାକୁ ଏହି ଚା’ ର ନାମ ବୌଦ୍ଧ ଗୁରୁ ଟାଇଗୁଆନିନ୍ ଙ୍କ ନାମ ଅନୁସାରେ ରଖାଯାଇଛି। ଏହି ଚା’ ଦୁନିଆର ସବୁଠାରୁ ଦାମୀ ବା ମହଙ୍ଗା ଚା’ ମଧ୍ୟରୁ ଗୋଟିଏ। ବ୍ଲାକ୍ ଓ ଗ୍ରୀନ୍‌ ଟି ମିଶ୍ରଣରୁ ପ୍ରସ୍ତୁତ ହୋଇଥିବା ଚା’ର ସ୍ବାଦ ଅନୂନ୍ୟ। ଏହା ଚା’ ଫୁଟିବା ପରେ ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଏହାର ସ୍ବତନ୍ତ୍ରତା ହେଲା, ଏହି ଚା’ ପତିକୁ ଥରେ ବା ଦୁଇ ଥର ନୁହେଁ ୭ଥର ପ୍ରସ୍ତୁତ କରିବା ପରେ ମଧ୍ୟ ତାହାର ସ୍ବାଦରେ କୌଣସି ପରିବର୍ତ୍ତନ ହୋଇନଥାଏ। କିଲୋ ପ୍ରତି ଏହି ଚା’ର ଦାମ ୨୧ ଲକ୍ଷ ଟଙ୍କା।
ଡା ହଙ୍ଗ ପାଓ ଟି : ଚୀନରେ ୱୁଇସନ ଅଞ୍ଚଳରେ ଏକ ବିଶେଷ ପ୍ରକାରର ଚା’ ମିଳେ। ଏହାକୁ ଡା ହଙ୍ଗ ପାଓ ଟି ନାମରେ ଜଣାଯାଏ। ଏହା କୌଣସି ସଞ୍ଜିବନୀ ବୁଟି ଠାରୁ କମ୍‌ ନୁହେଁ। ଏହି ଚା’କୁ ପିଇବା ଦ୍ବାରା ଅନେକ ବଡ ରୋଗରୁ ମୁକ୍ତି ମିଳିଥାଏ। ଏହି କାରଣରୁ ଏହି ଚା’ର ଦାମ୍‌ କିଲୋ ପ୍ରତି ୯ କୋଟି ଟଙ୍କା।
ବହୁ ପ୍ରକାରର ଗମ୍ଭୀର ରୋଗକୁ ଏହା ଠିକ କରିବାରେ ସାହାଯ୍ୟ କରିଥାଏ। ବହୁ କମ ମାତ୍ରାରେ ଏହାକୁ ଚାଷ କରାଯାଏ। ସାରା ଦୁନିଆରେ ଏହି ଚା’ପତି ଦୁଲ୍ଲଭ। ଏହି ବିଶେଷ କାରଣରୁ ହିଁ ଚା’ପତିର ମୂଲ୍ୟ ଖୁବ ଅଧିକ। କିଛି ସ୍ୱତନ୍ତ୍ର ଉପାୟରେ ଏହାକୁ ଚାଷ କରାଯାଏ।

ପାଣ୍ଡା ଡଙ୍ଗ ଟି : ଏହି ଚା’ ମଧ୍ୟ ବିଶ୍ବର ସବୁଠାରୁ ମହଙ୍ଗା ଚା’ ତାଲିକାରେ ରହିଛି। ଏହି ପତିରୁ ପ୍ରସ୍ତୁତ ହୋଇଥିବା ଏକ କପ୍ ଚା’ର ଦାମ ୧୪ ହଜାର ଟଙ୍କା। ଏହି ଚା’ ପତି ଚାଷ ପାଇଁ ଯେଉଁ ଖତର ବ୍ୟବହାର କରାଯାଏ ସେଥିରେ ପାଣ୍ଡାର ମଳ ରହିଥାଏ। ପାଣ୍ଡାମାନେ କେବଳ ବାଉଁଶ ଖାଇଥାନ୍ତି। ତେଣୁ ତାଙ୍କ ମଳରେ ୩୦% ନ୍ୟୁଟ୍ରିସନ୍ ରହିଥାଏ। ବାକି ୭୦% ଅନ୍ୟ ଖତ ମାଧ୍ୟମରେ ଏହି ଚା’ର ପତିକୁ ଚାଷ କରାଯାଏ।

ପିଜି ଟିପ୍ସ ଡାଇମଣ୍ଡ ଟି : ବ୍ରିଟିଶ ଟି କମ୍ପାନୀର ପ୍ରତିଷ୍ଠାତାଙ୍କ ୭୫ତମ ଜନ୍ମଦିବସ ଉପଲକ୍ଷେ ଏହି ଟି ବ୍ୟାଗ୍ କୁ ପ୍ରସ୍ତୁତ କରାଯାଇଥିଲା। ୨୮୦ ଖଣ୍ଡ ହୀରାରେ ଏହି ବ୍ୟାଗକୁ ପ୍ରସ୍ତୁତ କରାଯାଇଥିଲା। ଏହାକୁ ପ୍ରସ୍ତୁତ କରିବା ପାଇଁ ୩ ମାସ ସମୟ ଲାଗିଥିଲା। ଏହି ଚା’ର କିଲୋ ପ୍ରତି ଦାମ୍ ୯ ଲକ୍ଷ ଟଙ୍କା।

ଭିନ୍‌ଟେଜ୍‌ ନର୍କିସସ୍: ଏହି ଚା’ ସହ ଜଡିତ ଅନେକ କାହାଣୀ ରହିଛି। ଏହି ଚା’ର ପୃଷ୍ଠଭୂମି ହେଉଛି ଚୀନ। ବର୍ତ୍ତମାନ ଏହି ଚା’ ପ୍ରସ୍ତୁତ କରିବାର ଉଦ୍ୟାନ ବା କ୍ଷେତ ନଷ୍ଟ ହୋଇଯାଇଛି। ଶେଷ ଥର ପାଇଁ ଏହି ଚା’ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।

ୟଲୋ ଗୋଲ୍ଡ ବଡ୍ସ: ସିଙ୍ଗାପୁରରେ ଉତ୍ପାଦନ ହେଉଥିବା ଚା’ ପତିର ରଙ୍ଗ ହଳଦିଆ ହୋଇଥାଏ। ଚା’ ପ୍ରସ୍ତୁତ ହେବା ପରେ ଏହାର ରଙ୍ଗ ସୁନେଲି ଦେଖାଯାଏ। ବର୍ଷକୁ ଥରେ ଏହି ଚା’ ପତିର ଉତ୍ପାଦନ ହୋଇଥାଏ। ଏହାର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି।

ପୁ ପୁ ପୁ ଏର: ଏହି ଚା’କୁ ପ୍ରସ୍ତୁତ କରିବା ପାଇଁ ପତ୍ର ନୁହେଁ ବରଂ ଏକ ପ୍ରକାର ପଶୁଙ୍କ ମଳ ବ୍ୟବହାର କରାଯାଏ। ତାଇୱାନର ଚାଷୀ ଏକ ପ୍ରକାର ପଶୁଙ୍କ ମଳ ସଂଗ୍ରହ କରି ଏହି ଚା’ ପ୍ରସ୍ତୁତ କରିଥାନ୍ତି। ଚୀନରେ ଏହି ଚା’ ପତି କିଲୋ ପିଛା ୭୦ ହଜାର ଟଙ୍କାରେ ବିକ୍ରି ହୁଏ।

 

Comments are closed.