ବିଶ୍ୱ ପରିବେଶ ଦିବସ: ଆରମ୍ଭ ହେଲା ସହରାଞ୍ଚଳ ଜଙ୍ଗଲ କାର୍ଯ୍ୟକ୍ରମ

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଦିନ ଭାରତର ୨୦୦ ସହରରେ ସହରାଞ୍ଚଳ ଜଙ୍ଗଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେ ଏହି କାର୍ଯ୍ୟକ୍ରମ ଆରମ୍ଭ କରି କହିଛନ୍ତି, ଗ୍ରାମାଞ୍ଚଳରେ ଆମର ଜଙ୍ଗଲ ଅଛି କିନ୍ତୁ ସହରାଞ୍ଚଳରେ ଅଧିକ ଜଙ୍ଗଲ ନାହିଁ। ଅନେକ ସହରରେ ୨-୩ଟି ଜଙ୍ଗଲ ତେଣୁ ଆମେ ସହରାଞ୍ଚଳ ଜଙ୍ଗଲ ଯୋଜନା ପ୍ରଣୟନ କରିଛୁ। ସହରରେ ବଗିଚା ଅଛି କିନ୍ତୁ ଜଙ୍ଗଲ ନୁହେଁ। ଆମକୁ ଜଙ୍ଗଲ ସୃଷ୍ଟି କରିବାକୁ ପଡିବ ତେଣୁ ଆମେ ଭାରତର ୨୦୦ ସହରରେ ସହରାଞ୍ଚଳ ଜଙ୍ଗଲ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି। ଏହି ଯୋଜନା ପାଇଁ କିଛି ପରିମାଣରେ ଅର୍ଥ ପ୍ରଦାନ କରାଯିବ ବୋଲି ବିଶ୍ୱ ପରିବେଶ ଦିବସରେ ଅନୁଷ୍ଠିତ ଭର୍ଚୁଆଲ୍ ଉତ୍ସବରେ ଜାଭଡେକର କହିଛନ୍ତି।

ଜାଭଡେକର କହିଛନ୍ତି ଯେ ଆମ ସମସ୍ତଙ୍କୁ ଜଙ୍ଗଲ ଜମି ଏବଂ ସହରଗୁଡିକରେ ଥିବା ଅବ୍ୟବହୃତ ଜମି ଚିହ୍ନଟ କରିବାକୁ ପଡିବ। ଯଦି ଏହା ସହରାଞ୍ଚଳଜଙ୍ଗଲ ସୃଷ୍ଟି ପାଇଁ ସଂରକ୍ଷିତ ରହିପାରିବ ତେବେ ତାହା ଜନ ଆନ୍ଦୋଳନରେ ପରିଣତ ହେବ। ସେ ସମସ୍ତଙ୍କୁ ଏକାଠି କାମ କରିବାକୁ ନିବେଦନ କରିଛନ୍ତି। ଯେଉଁଠାରେ ଲୋକମାନେ ଭଲ ଜଙ୍ଗଲ ସୃଷ୍ଟି କରିବେ ସେମାନଙ୍କୁ ପୁରସ୍କାର ଦେବାକୁ ଯୋଜନା କରାଯାଉଥିବା ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ପ୍ରତିବନ୍ଧକ ସତ୍ୱେ ଭାରତ ବିଶ୍ୱର ୮% ଜୈବ ବିବିଧତା ସଂରକ୍ଷଣ କରିବାରେ ସକ୍ଷମ ହୋଇଛି। ସେ କହିଛନ୍ତି ଯେ ଭାରତରେ ବିଶ୍ୱର ୧୬% ପଶୁ ରହିଛ ଓ ସେମାନେ ଜମି, ଜଳ ଏବଂ ଖାଦ୍ୟ ଆବଶ୍ୟକ କରନ୍ତି।ଜାଭଡେକର ଆହୁରି କହିଛନ୍ତି ଯେ ଭାରତ ପ୍ରମାଣ କରିଛି ଯେ ପ୍ରତିବନ୍ଧକ ସତ୍ୱେ ସଂରକ୍ଷଣ ସମ୍ଭବ। ସେ କହିଛନ୍ତି ଯେ ଆମର ଜୀବନଶୈଳୀ ପ୍ରକୃତି ସହିତ ଅନ୍ତରଙ୍ଗ ଭାବରେ ଜଡିତ ଏବଂ ଗଛ ସମେତ ସମସ୍ତ ପ୍ରଜାତି ଆମ ଜୀବନର ଏକ ଅଂଶ।

Comments are closed.