ଆଜି ବିଶ୍ବ ହସ୍ତୀ ଦିବସ : ହ୍ରାସ ପାଉଛି ହାତୀ ସଂଖ୍ୟା, ୧୦ ବର୍ଷରେ ୭୮୪ ମୃତ

ଭୁବନେଶ୍ୱର : ଦେଶରେ ହାତୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡିଶାରେ ହ୍ରାସ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ ବେଆଇନ ଶିକାର ହାତୀ ହ୍ରାସର ପ୍ରମୁଖ କାରଣ ହୋଇଥିବା ବେଳେ ସଂଖ୍ୟା ଲୁଚାଇବା ଲାଗି ରାଜ୍ୟ ସରକାର ବିଗତ ୩ ବର୍ଷ ହେବ ହାତୀ ଗଣନା କରାଯାଉ ନାହିଁ ବୋଲି ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା ପକ୍ଷରୁ ଅଭିେଯାଗ ହୋଇଛି। ବିଗତ ୧୦ବର୍ଷ ଭିତରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନାେଯାଗ୍ୟ ଯେ ୧୯୭୯ ମସିହା ଗଣନା ଅନୁସାରେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୦୪୪ ଥିଲା ବେଳେ ୨୦୧୭ ଗଣନାରେ ଏହା ୧୯୭୬କୁ ଖସି ଆସିଛି। ଢେଙ୍କାନାଳ, ଦେବଗଡ, ମୟୁରଭଞ୍ଜ, କେଉଁଝର, ସମ୍ବଲପୁର, ଅନୁଗୁଳ, ସୁନ୍ଦରଗଡ ଓ କଟକରେ ଥିବା ଘଞ୍ଚ ଜଙ୍ଗଲ ହାତୀଙ୍କ ଆବାସସ୍ଥଳୀ ଥିଲା। ବ୍ୟାପକ ଜଙ୍ଗଲ କ୍ଷୟ ଓ ଖାଦ୍ୟାଭାବ ଏମାନଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରିଥିଲା। ୨୦୦୨ ମସିହାରେ କେଉଁଝର ଜିଲାରେ ୧୧୨ଟି ହାତୀ ଥିଲା ବେଳେ ୨୦୧୭ରେ ଏହି ସଂଖ୍ୟା ୪୦କୁ ଖସିଆସିଛି। ମାତ୍ର ଢେଙ୍କାନାଳରେ ଏହି ସଂଖ୍ୟା ୮୧ରୁ ବୃଦ୍ଧି ପାଇ ୧୬୯ଥିବା ଜଣାପଡିଛି। ଏହାର କାରଣ ହେଉଛି ହାତୀଙ୍କ ପ୍ରାକୃତିକ ଚଲାପଥ (କରିଡର) ବନ୍ଦ ହେବ। ଜିଲାରେ େରଙ୍ଗାଲି େକନାଲ ଖନନ ଯୋଗୁ ଏମାନଙ୍କ ଚଲାପଥ ବନ୍ଦ ହୋଇଯାଇଛି। ସେହି କାରଣରୁ ଢେଙ୍କାନାଳ ଜିଲାରେ ହାତୀ ମନୁଷ୍ୟ ସଂଘର୍ଷ ଘଟଣା ଅଧିକ େଦଖିବାକୁ ମିଳୁଛି।
ସେହିପରି ଚନ୍ଦକା ଅଭୟାରଣ୍ୟରେ ୬୦ରୁ ଅଧିକ ହାତୀ ଥିଲା ବେଳେ ୨୦୧୭ ଗଣନାରେ େଗାଟିଏ ମାତ୍ର ହାତୀ ଜଣାପଡିଛି। କଂକ୍ରିଟ ଜଙ୍ଗଲ ବୃଦ୍ଧି ସାଙ୍ଗକୁ ପ୍ରାକୃତିକ ଜଙ୍ଗଲ କ୍ଷୟ କାରଣରୁ ଏଠାରୁ ହାତୀମାନେ ଗଞ୍ଜାମ ଓ କଟକ ଜିଲାକୁ ଚାଲିଯାଇଥିବା କୁହାଯାଉଛି। ଏଠାରୁ ଯାଇ ଗଞ୍ଜାମ ଜିଲା ରମ୍ଭା ଜଙ୍ଗଲରେ ରହୁଥିବା ଏକ ୧୫ଜଣିଆ ହାତୀପଲ ଗତ ୫ ବର୍ଷ ଭିତରେ ସମ୍ପୂର୍ଣ୍ଣ େଲାପ ପାଇଯାଇଛି। ବିଦ୍ୟୁତ ଆଘାତ, ଟ୍ରେନ ଓ ଭାରିଯାନ ଧକ୍କାରେ ଏମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। େସହିପରି ଅନ୍ୟ ଏକ ୧୫ରୁ ୧୬ଜଣିଆ ହାତୀପଲ ଖଲ୍ଲିେକାଟ ଜଙ୍ଗଲରେ ରହୁଥିବା ବେଳେ େସମାନଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ହ୍ରାସ ଘଟିଛି। ଚନ୍ଦକାରୁ କଟକ ଜିଲାକୁ ଯାଇଥିବା ୨୫ଜଣିଆ ହାତୀପଲର ସଂଖ୍ୟା ଏେବ ୨୦କୁ ଖସିଆସିଛି। ଏହି ୨୦ଟି ହାତୀ ଏେବ ବିଭକ୍ତ େହାଇ ଆଠଗଡ, ଖୁଣ୍ଟୁଣି ଜଙ୍ଗଲରେ ଘୁରି ବୁଲୁଛନ୍ତି।
ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି। ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ବର୍ଷକୁ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ଘଟୁଥିଲା ବେଳେ ୨୦୧୦ େବଳକୁ ଏହା ୪୬ରେ ପହଞ୍ଚିଥିଲା। ୨୦୧୦ ପରଠାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ବର୍ଷକୁ ୭୮ଟି ହାତୀଙ୍କ ମୃତ୍ୟୁ ଘଟୁଛି। ୧୦ବର୍ଷ ମଧ୍ୟରେ ହାତୀ ଦାନ୍ତ ପାଇଁ ଶିକାରୀମାନେ ୧୧୪ଟି ହାତୀକୁ ହତ୍ୟା କରିଥିଲା ବେଳେ ୭୯ଟି ହାତୀଙ୍କ ମୃତ୍ୟୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ େଯାଗୁ ଘଟିଛି। ଏହାଛଡା ବିଦ୍ୟୁତ୍ ବିଭାଗର ଅପାରଗତା ପାଇଁ ୪୫ଟି ହାତୀ ମୃତ୍ୟୁ ଘଟିଥିଲା ବେଳେ ୨୬ଟିର େଟ୍ରନ ଦୁର୍ଘଟଣା ଓ ୬ଟିର ଦ୍ରୁତଗାମୀ ଯାନ ଧକ୍କାରେ ମୃତ୍ୟୁ ଘଟିଛି। େସହିପରି ଗଭୀର କୂପ, ନାଳରେ ପଡି ୧୧ଟି ହାତୀଙ୍କ ମୃତ୍ୟୁ ଘଟିଛି। ୧୬୦ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡି ନ ଥିଲା ବେଳେ େସମାନଙ୍କ ମଧ୍ୟରୁ ୧୧୩ଟିର ମୃତଦେହ ଗଳିତ ଅବସ୍ଥାରେ ମିଳିଥିଲା। ଦାନ୍ତ ପାଇଁ ବୟସ୍କ ଅଣ୍ଡିରା ହାତୀଙ୍କ ଶିକାର ଫଳରେ ହାତୀ ପ୍ରଜଜନ ଆଶାନୁରୂପ େହାଇପାରୁ ନାହିଁ।

ସୁରକ୍ଷିତ ନୁେହଁ ହାତୀ କରିଡର
ହାତୀଙ୍କ ସୁରକ୍ଷିତ ଚଳପ୍ରଚଳ ଲାଗି ରାଜ୍ୟ ସରକାର ୨୦୧୦ ଜାନୁୟାରୀ ମାସରେ ୧୪ଟି ହାତୀ କରିଡର ଚିହ୍ନଟ କରିଥିଲେ। ପ୍ରାୟ ୮୭୦ ବର୍ଗ କିେଲାମିଟର ପରିମିତ ତଥା ୪୨୦.୮ କିଲୋମିଟର ଲମ୍ବ ହାତୀ କରିଡର ଉନ୍ନତିକରଣ ଲାଗି ୨୦ େକାଟି ଟଙ୍କା ବ୍ୟୟ କରାଯାଇଥିଲା। ଏହି କରିଡରରେ ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟର କରିଡର ମଧ୍ୟ ସାମିଲ ଥିଲା। ମାତ୍ର ଏହି େଯାଜନା େକବଳ କାଗଜ କଲମରେ ସୀମିତ ରହିଯାଇଛି।
ଏହାଛଡା ରାଜ୍ୟ ସରକାର ୫ଟି ହସ୍ତୀ ସଂରକ୍ଷଣ ସ୍ଥାନ ଚିହ୍ନଟ କରିଥିଲେ। ମାତ୍ର ୫ଟି ପରିବର୍ତ୍ତେ ୩ଟି ସଂରକ୍ଷଣ ସ୍ଥାନ ଯଥା ମହାନଦୀ, ମୟୁରଭଞ୍ଜ ଓ ସମ୍ବଲପୁର ପାଇଁ ବିଜ୍ଞପ୍ତି ପ୍ରକାଶିତ େହାଇଥିଲା। େତବେ ବୈତରଣୀ ଓ ଦକ୍ଷିଣ ଓଡିଶା ପାଇଁ ବିଜ୍ଞପ୍ତି ଜାରି କରାଗଲା ନାହିଁ। ଏହାର ମୁଖ୍ୟ କାରଣ ଥିଲା ଖଣିମାଲିକଙ୍କ ଚାପ। ଏହି ଦୁଇଟି ଅଞ୍ଚଳରେ ଖଣି ଖାଦାନରେ ଭରପୁର ଥିବାରୁ ଏହାକୁ ସଂରକ୍ଷଣ ସ୍ଥାନର ମାନ୍ୟତା ନ େଦବାକୁ ଖଣି ମାଲିକ ଚାପ ପକାଇଥିଲେ। ଏମାନଙ୍କ ଚାପ ଆଗରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଥିଲେ।

Comments are closed.