ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ : କ୍ବାର୍ଟରରେ ସିନ୍ଧୁ

ହ୍ୟୁଲ୍‌ଭା :  ଏଠାରେ ଚାଲିଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ର ମହିଳା ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ପୋନ୍‌ପାୱେ ଚୋଚୁୱେଙ୍ଗଙ୍କୁ ୨୧-୧୪ ଓ ୨୧-୧୮ରେ ପରାସ୍ତକରି କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨ଟି ଅଲିମ୍ପିକ୍‌ସ ପଦକ ବିଜେତା ତଥା ବିଶ୍ବ ମାନ୍ୟତାର ୭ମ ସ୍ଥାନରେ ଥିବା ସିନ୍ଧୁ ବିପକ୍ଷ ପୋନ୍‌ପାୱେ ଚୋଚୁୱେଙ୍ଗଙ୍କ ବିପକ୍ଷରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ୪୮ ମିନିଟ୍‌ରେ ଜିତି ନେଇଥିଲେ। ସିନ୍ଧୁ କ୍ବାର୍ଟରଫାଇନାଲରେ ଚାଇନିଜ୍‌ ତାଇପେର ବିଶ୍ବର ଏକ ନମ୍ବର ଖେଳାଳି ତାଇ ଜୁ ୟିଙ୍ଗଙ୍କ ସହିତ ଖେଳିବେ। ତେବେ ପୁରୁଷ ସିଙ୍ଗଲ୍‌ସ ପ୍ରିକ୍ବାର୍ଟରଫାଇନାଲରୁ ଭାରତର କେ. ଶ୍ରୀକାନ୍ତ ବିଦାୟ ନେଇଛନ୍ତି। ୧୨ଶ ସିଡ୍‌ ଶ୍ରୀକାନ୍ତଙ୍କୁ ଚୀନ୍‌ର ଲୁ ଗୁଆଙ୍ଗ୍‌ ଜୁ ୨୧-୧୦, ୨୧-୧୫ ଗେମ୍‌ରେ ପରାସ୍ତ କରିଛନ୍ତି। ଡବଲ୍‌ସରେ ଭାରତକୁ ନିରାଶା ମିଳିଛି। ମହିଳା ଡବଲ୍‌ସ ପ୍ରିକ୍ବାର୍ଟରରେ ଭାରତର ଅଶ୍ବିନୀ ପୋନପ୍ପା ଓ ଏନ୍‌. ସିକ୍କି ରେଡ୍‌ଡୀଙ୍କୁ ୭ମ ସିଡ୍ ଜାପାନୀ ଯୋଡ଼ି ପରାସ୍ତ କରିଛନ୍ତି। ପୁରୁଷ ଡବଲ୍‌ସରେ ୮ମ ସିଡ୍‌ ଭାରତର ସ୍ବାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟି ପରାସ୍ତ ହୋଇ ଯାଇଛନ୍ତି। ସାତ୍ତ୍ବିକ-ଚିରାଗଙ୍କୁ ୯ମ ସିଡ୍‌ ମାଲେସିଆର ଯୋଡ଼ି ପରାସ୍ତକରି ବିଦାୟ ଦେଇଛନ୍ତି।

Comments are closed.