ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡସ୍ ଦିବସ ପାଳିତ

ଯାଜପୁର : ଯାଜପୁର ବିରଜା ମହିଳା ମହାବିଦ୍ୟାଳୟ ପରସରରେ ଜିଲା ସ୍ୱାସ୍ଥ୍ୟ ସମିତି ଓ ବିରଜା ମହିଳା ଯୁବ ରେଡ଼କ୍ରସର ମିଳିତ ଉଦ୍ୟମରେ ରବିବାର ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜର୍ଜ ବିରଞ୍ଚି ନାରାୟଣ ମିଶ୍ର ଯୋଗଦେଇ ଉତ୍ସବକୁ ଉଦଘାଟନ କରି ଏହି ରୋଗର ଭୟାବହତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁକାନ୍ତି ଲତା ସାହୁ, ପ୍ରଶାନ୍ତ କୁମାର ନାୟକ, ଡ଼ାକ୍ତର ରୁଦ୍ରପ୍ରତାପ କର ପ୍ରମୁଖ ଯୋଗଦେଇ ନିଜେ ସଚ୍ଚେତନ ହୋଇ ଅନ୍ୟକୁ ସଚ୍ଚେତନତା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ କଲେଜର ମହିଳା ଯୁବ ରେଡ଼କ୍ରସ୍ ଛାତ୍ରୀମାନେ ରକ୍ତଦାନ କରିଥିଲେ ।

Comments are closed.