ଗୋପବନ୍ଧୁ ସେବା ଓ ତ୍ୟାଗର ମୁକ୍ତିମନ୍ତ ସ୍ୱରୂପ

ସେବା ଓ ସେବକ ସପ୍ତାହ ଉପଲ କ୍ଷେ ଆଲୋଚନା ଚକ୍ର ‘ସ୍ମୃତିରେ ପୁଣ୍ୟାତ୍ମା’

ଭବାନୀପାଟଣା : ଓଡିଆ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ଯେଉଁ କେତେଜଣ ମହାପୁରୁଷ ନିଜ ଜୀବନକୁ ସମର୍ପିତ କରିଥିଲେ ତନ୍ମଧ୍ୟରୁ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଅନ୍ୟତମ। ଓଡିଆ ପ୍ରାଣରେ ସେ ଭରି ଦେଇ ଥିଲେ ଦେଶ ପ୍ରେମ, ଜାତି ପ୍ରେମ, ଓ ଭାଷା ପ୍ରେମ । ଗୋପବନ୍ଧୁ ଦାସ ଉତ୍କଳର ମଣି ନାମରେ ଖ୍ୟାତ। ସେ ଥିଲେ ସେବା ଓ ତ୍ୟାଗର ମୁକ୍ତିମନ୍ତ ସ୍ୱରୂପ। ରବିବାର ଦିନ କଳାହାଣ୍ଡି ବିବେକ ସେନା ସହଯୋଗରେ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଳିକ ସ୍କୁଲ ନିକଟସ୍ଥିତ ବିବେକାନନ୍ଦ ସଭାଗୃହ ରେ ଆୟୋଜିତ “ସ୍ମୃତିରେ ପୁଣ୍ୟାତ୍ମା” ଆଲୋଚନା ଚକ୍ରରେ ବକ୍ତାମାନେ ଏହି ମତ ଦେଇଛନ୍ତି।

ସମାଜ ଓ ଲୋକସେବକ ମଣ୍ଡଳ ତରଫରୁ ଗତ ୨୯ ତାରିଖରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ଧରି ସାରା ଓଡ଼ିଶାରେ ସେବା ଓ ସେବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ସ୍ଥିତ ବିବେକାନନ୍ଦ ସଭାଗୃହରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଏଲଏମର ଡିପିଏମ ପ୍ରଶାନ୍ତ କୁମାର ମିଶ୍ର ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ସୁମିତ କୁମାର ଶତପଥୀ, କିସ୍ ର ଦୁଷ୍ମନ୍ତ କୁମାର ପ୍ରଧାନ, ଶିକ୍ଷାବିତ ତଥା ବିବେକ ସେନା ଅନୁଷ୍ଠାନର ପ୍ରତିଷ୍ଠାତା ଡ . ଶିବରାମ ନାୟକ, ଆଇନଜୀବୀ ସୁମିତ ରାଉତ, ନବୀନ କୁମାର ସାହା ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଗୋପବନ୍ଧୁଙ୍କ ଜୀବନର  ଅନାଲୋଚିତ ଦିଗ ସଂପର୍କରେ ବକ୍ତମାନେ ଆଲୋଚନା କରିଥିଲେ। ବିଶେଷ କରି ଗୋପବନ୍ଧୁଙ୍କ ରାଜନୀତି ଜୀବନ, ସାହିତ୍ୟ ସର୍ଜନା, ବାଲ୍ୟାବସ୍ଥା, ଶିକ୍ଷା, କର୍ମମୟ ଜୀବନ, ଉପରେ ଆଲୋଚନା କରା ଯାଇଥିଲ। ।

Comments are closed.