ନିଯୁକ୍ତି ଓ ଦକ୍ଷତା ଉପରେ ଆଲୋଚନା

ଭୁବ‌େନଶ୍ବର : ମୋ କଲେଜ ଅଭିଯାନ ପକ୍ଷରୁ ସୋମବାର ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ପ୍ରସଙ୍ଗ ଉପରେ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ବର ରାଉଣ୍ଡ ଟେବୁଲ୍ ୨୩୦’ ସହାୟତାରେ ‘ଓ-ହବ୍’ଠାରେ କାର୍ଯ୍ୟକ୍ରମ ହୋଇଥିଲା। ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଲକାତା ଭେଞ୍ଚର୍ସର ପରିଚାଳନା ନିର୍ଦେଶକ ଆଭେଲୋ ରୟ ଯୋଗ ଦେଇଥିଲେ। ସେହିପରି ‘ଭୁବନେଶ୍ବର ରାଉଣ୍ଡ ଟେବୁଲ୍ ୨୩୦’ର ଅଧ୍ୟକ୍ଷ ଆନନ୍ଦ ପୋଦାର, ଆଇଏମ୍‌ଏ-ଜେଡିଏନ୍‌ର ନ୍ୟାସ୍‌ନାଲ କାଉନ୍‌ସିଲ୍ ମେମ୍ବର ଡ. ଅଭିଜିତ ଉପାଧ୍ୟାୟ ଉପସ୍ଥିତ ଥିଲେ।
‘ମୋ କଲେଜ ଅଭିଯାନ ରାଜ୍ୟ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ। ଏହା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବାର ଏକ ଅଭିନବ ପ୍ଲାଟଫର୍ମ ପାଲଟିଛି ବୋଲି ଶ୍ରୀ ଦାସନାୟକ କହିଥିଲେ। ଆଭେଲୋ ରୟ ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଷ୍ଟାର୍ଟଅପ୍ ଯାତ୍ରାର ଅନୁଭୂତି ବାଣ୍ଟିଥିଲେ। ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ମୋ କଲେଜ ଅଭିଯାନର ପରିଚାଳନା କମିଟି ସଦସ୍ୟ ତନ୍ମୟ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

Comments are closed.