ହଙ୍ଗର ପ୍ରକଳ୍ପ ପକ୍ଷରୁ ବ୍ଲକ ସ୍ତରୀୟ କର୍ମଶାଳା

ପାଟଣା :  ହଙ୍ଗର ପ୍ରକଳ୍ପ ପକ୍ଷରୁ ଫୋରମ ସିଭ ସହାୟତାରେ ଗ୍ରାମ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ଏକ ବ୍ଲକ ସ୍ତରୀୟ କର୍ମଶାଳା
ପାଟଣା ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ହଙ୍ଗର ପ୍ରକଳ୍ପର ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ସମ୍ମାନିତ ବକ୍ତା ଭାବେ ଓସ୍କା ସଙ୍ଗଠନର ଉପ ସଭାପତି ସୁନିତା ମହାନ୍ତି ପ୍ରମୁଖ ଯୋଗ ଦେଇ ପଞ୍ଚାୟତ  ନିର୍ବାଚନରେ ସଂରକ୍ଷଣ ପଦ୍ଧତିରେ ମହିଳା ମାନଙ୍କ ଭାଗିଦାରୀ ପ୍ରସ୍ତାବକ ଓ ପ୍ରାର୍ଥୀ ଦେବା ଠାରୁ ଆରମ୍ଭ କରି ମତଗଣନା ଆଦିରେ ମହିଳାଙ୍କ ଯୋଗଦାନ ଆଦି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଶେଷରେ ପ୍ରକଳ୍ପର ଘଟଗାଁ ବ୍ଲକ ସଂଯୋଜିକା ସୁମତୀ ପିଲା କର୍ମଶାଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ମୁଷାଖୋରି ସରପଞ୍ଚ ଭାମାମଣୀ ଦାଶ, ଚିନାମାଳିପଶି ସରପଞ୍ଚ କନକଲତା ନାୟକଙ୍କ ସହ ୱାର୍ଡ ମେମ୍ବର ଏସ.ଏଚ.ଜି ସଦସ୍ୟା ମାନେ ଶିବିରରେ ଅଂଶ ଗ୍ରହଣ କରିଥିବା ବେଳେ ମିତ୍ରଭାନୁ ମହାନ୍ତ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.