ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ବଜାରରେ ଡାକ ସାହୁ ନାମକ ଜଣେ ବ୍ୟକ୍ତି ନୂତନ ଘର ନିର୍ମାଣ କାର୍ଯ୍ୟ କରିବା ପାଇଁ ପାଣି ମୋଟର ବ୍ୟବହାର କରିଥିଲେ । ଏଥିରେ କାର୍ଯ୍ୟରତ ଶ୍ରମିକ ସୁଶାନ୍ତ ଲେଙ୍କା ପାଣି ମୋଟରରେ ବ୍ୟବହୃତ ତାର ସଂସ୍ପର୍ଶରେ ଆସି ନିକଟରେ ଥିବା ପଥର ଗଦାକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ବାଘମାରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକ ଜଣକ ହେଲେ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ କୋଟପଲା ଗ୍ରାମର ସୁରେଶ ଲେଙ୍କାଙ୍କ ପୁଅ ସୁଶାନ୍ତ।

Comments are closed.