ଆଇଟି କମ୍ପାନୀ କର୍ମଚାରୀଙ୍କ ‘ୱାର୍କ ଫ୍ରମ ହୋମ’ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଦେଶର ଆଇଟି କମ୍ପାନୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ‘ୱାର୍କ ଫ୍ରମ ହୋମ୍’ ନିୟମ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ୱାର୍କ ଫ୍ରମ ହୋମ ନିୟମ ଏପ୍ରିଲ ୩୦ରେ ଶେଷ ହେବାକୁ ଯାଉଥିବାବେଳେ ଏହାକୁ ବୃଦ୍ଧି କରାଯାଇଛି। ନିୟମର ଅବଧି ବୃଦ୍ଧି ସମ୍ପର୍କରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଙ୍ଗଳବାର ଘୋଷଣା କରିଛନ୍ତି। ମହାମାରୀ ପାଇଁ ଆଇଟି କମ୍ପାନୀର ୮୫% କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ। ମନ୍ତ୍ରୀ ପ୍ରସାଦ କହିଛନ୍ତି ଯେ ୱାର୍କ ଫ୍ରମ ହୋମ ଏବେ ନୂଆ ନୀତି ହେବାକୁ ଯାଉଛି। ଏକ୍ଷେତ୍ରରେ ଯୁବ ଉଦ୍ୟୋଗୀମାନେ ଆବଶ୍ୟକ ନିବେଶ କରିବାକୁ ପ୍ରସାଦ ଆହ୍ବାନ ଦେଇଛନ୍ତି।

Comments are closed.