ଘଟଗାଁ ବନାଞ୍ଚଳରୁ ଲକ୍ଷାଧିକ ଟଙ୍କାର କାଠ ସରଞ୍ଜାମ ଜବତ

ପାଟଣା :  ଘଟଗାଁ ବନାଞ୍ଚଳ ଦେଓବନ୍ଧ ବନପାଳଙ୍କ ଇଲାକା ପେଣ୍ଠଡିହି ଗ୍ରାମରୁ ଲକ୍ଷାଧିକ ଟଙ୍କାର କାଠ ତିଆରି ସରଞ୍ଜାମ ବନ ବିଭାଗ ଜବତ କରିଛି। କେନ୍ଦୁଝରରୁ ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ପେଣ୍ଠଡିହି ଗ୍ରାମର ସୁରଥ ମହାନ୍ତଙ୍କ ଘର ଉପରେ ଚଢ଼ାଉ କରି ଚୋରା କାଠରେ ତିଆରି ଆସବାବ ପତ୍ର ଆଦି ଜବତ କରିଛନ୍ତି। ଏହାର ମୂଲ୍ୟ ଅନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଏହି ଚଢାଉରେ ଘଟଗାଁ ଵନାଞ୍ଚକ ଅଧିକାରୀ ପ୍ରଭାତ କୁଅଁର, ଉପ ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ସହର ବନପାଳ କାଳନ୍ଦୀ ସାମଲ, ଦେଓବନ୍ଧ ବନପାଳ ପୁଷ୍ପଲତା ମହାନ୍ତ, ବନପାଳ ଜ୍ୟୋତ୍ସ୍ନାରାଣୀ ବେହେରାଙ୍କ ସହ ବନ ବିଭାଗ ପାରା ବାହିନୀ ସାମିଲ ଥିଲେ।

Comments are closed.