କାଠ ମାଫିଆଙ୍କ ଅଭୟାରଣ୍ୟ ମାଛଗଡ ଅଞ୍ଚଳରୁ ବିପୁଳ ଚୋରା କାଠ ଜବତ କଲା ବନ ବିଭାଗ

ପାଟଣା : କାଠ ମାଫିଆଙ୍କ ଅଭୟାରଣ୍ୟ ଭାବେ ସୁପରିଚିତ ମାଛଗଡ ଅଞ୍ଚଳରୁ ଆଜି ବନବିଭାଗ ଆନୁମାନିକ ୩ ଲକ୍ଷ ଟଙ୍କା ମୂଲ୍ୟର ଚୋରା କାଠ ଜବତ କରିଛି । ଏସିଏଫ୍ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ନେତୃତ୍ୱରେ ବନବିଭାଗର କର୍ମଚାରୀମାନେ ଖଡିକାପଦା ଗୋହିରା ସାହିର ଧନେଶ୍ଵର ମହାନ୍ତଙ୍କ ଘର ବାରଣ୍ଡାରୁ ବିପୁଳ ପରିମାଣର ଚଉକାଠ, ସିଲପଟ ଆଦି ଜବତ କରିବା ସହ ରାସ୍ତାରେ କଟାଯାଉଥିବା ଏକ ଅର୍ଜୁନ ଗଛର ଗଡ଼ ଜବତ କରି ପାଟଣା ରେଞ୍ଜ କାର୍ୟ୍ୟାଳୟକୁ ଆଣିଛନ୍ତି । ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ଏହି କାଠ ଗୁଡ଼ିକ କିଏ କାଟି ରଖିଥିଲା ଓ ଗଛ କିଏ କାଟିଛି ତାହାର ଖୋଳତାଡ ଚଳାଇଛି ବନ ବିଭାଗ । ଏହି ଚଢ଼ାଉରେ ଏସିଏଫ୍ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ସହ ସାହାରପଡା ବନପାଳ ସୁନିତା ବଘେଲ, ପାଟଣା ବନପାଳ ସନାତନ ମିଶ୍ର ଓ ଅନ୍ୟ ବନ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ ।

Comments are closed.