ଚୋରା କାଠ ବୋଝେଇ ପିକ୍ଅପ୍ ଜବତ କଲା ବନବିଭାଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ସଂରକ୍ଷିତ ଧୋବାପିଟଣା ଜଙ୍ଗଲରେ ଗତ ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ୍ ଚଢାଉ କରି ଗୋଟିଏ ଚୋରା କାଠ ବୋଝେଇ ପିକ୍ଅପକୁ ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇ ରାତି ପାଖାପାଖି ୧୨ ଟା ସମୟରେ ବନ ବିଭାଗ ଧୋବାପିଟଣା ଜଙ୍ଗଲରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପିକ୍ଅପରେ ଗୋଟିଏ ବଡ଼ ଶାଳ ଗଡ଼ ଲୋଡ ହୋଇଥିବା ବେଳେ ବନ ବିଭାଗକୁ ଦେଖି ଅନ୍ଧାର ସୁଯୋଗରେ କାଠ ମାଫିଆ ଖସି ପଳାଇ ଯାଇଥିଲେ । ଘଟଣା ସ୍ଥଳରେ ଅନ୍ୟ କାଠଗୁଡ଼ିକ ପଡି ରହିଥିବା ବେଳେ ବନ ବିଭାଗ ଜବତ ପିକ୍ଅପଟିକୁ ପାଟଣା ରେଞ୍ଜ କାର୍ୟ୍ୟାଳୟକୁ ଆଣିଛି । ତେବେ ଜବତ କାଠର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ଜବତ କାଠଗୁଡ଼ିକ ଅଣାଯିବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି ।

Comments are closed.