ଶାଳ କାଠ ସହ ଗାଡିକୁ ଜବତ କଲା ବନ ବିଭାଗ

ନର୍ଲା: ନର୍ଲା ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କ ନିର୍ଦ୍ଦେଶରେ ଆଜି ନର୍ଲା ବନ ବିଭାଗ ଶାଳ କାଠ ବୋଝେଇ ଏକ ପିକଅପକୁ ଜବତ କରିଛି। ପୂର୍ବରୁ ଖବର ପାଇ ବନବିଭାଗ ସଦଳବଳେ ପ୍ରସ୍ତୁତ ରହି ନର୍ଲା ଚିପୁଲ ନର୍ସରୀ ପାଖରେ ଚୋରା ଶାଳ କାଠ ସହ ଗାଡିକୁ ଜବତ କରିଛନ୍ତି। ନର୍ଲା ବନପାଳ ଭବାନୀ ନାଏକ, ଭରତ ବନ୍ଧୁ ଶବର, ନବୀନ ମାଝୀ, ରଘୁମଣି ଶବର ସମେତ କୁଲୁ ବେହେରା, କମ୍ବୁପାଣି ସାହୁ ଓ ବନ ରକ୍ଷକ ସୁଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜବତ ୮୫ ଖଣ୍ଡ ମୂଲ୍ୟବାନ ଶାଳକାଠ ସହ ଗାଡିକୁ ବନାଞ୍ଚଳ ଅଧିକାରୀଙ୍କ କାର୍ୟ୍ୟାଳୟକୁ ନିଆ ଯାଇଛି। ଏହା ଏକ ବଡ ଧରଣର ର‍୍ୟାକେଟ୍‍ ବୋଲି ଅନୁମାନ ହେଉଛି।

Comments are closed.