ଏହି କାର୍ଯ୍ୟ ସମୟରେ ମହିଳାମାନେ ଏଠାରେ ବଜାଇଥାଆନ୍ତି ସିଟି

ଦେଶର ଯେକୌଣସି ସ୍ଥାନରେ ମଧ୍ୟ କୌଣସି କାର୍ଯ୍ୟ ପାଇଁ ସିଟି ବଜାଇ ଡ଼ାକିବା ଖରାପ ବ୍ୟବହାର ବୋଲି କୁହାଯାଏ। ମାତ୍ର ଯଦି କେହି ମହିଳା ଏହି କାର୍ଯ୍ୟ କରିନ୍ତି ତେବେ ଅତି ଖରାପ ଦୃଷ୍ଟିରେ ମଧ୍ୟ ଦେଖାଯାଏ । ମାତ୍ର ଛତିଶଗଡ଼ର କୋରିୟା ଜିଲାରେ ମହିଳାମାନେ ପ୍ରତିଦିନ ସିଟି ବଜାଇ ଥାଆନ୍ତି। କାରଣ ଜାଣି ଆପଣ ମଧ୍ୟ ହଇରାଣ ହୋଇଯିବେ।
ଛତିଶିଗଡ଼ର କୋରିୟା ବୈକୁଣ୍ଡପୁର ନଗରପାଳିକା ଅଂଚଳରେ ପ୍ରତିଦିନ ସକାଳ ୭ଟା ରୁ ୮ଟା ମଧ୍ୟରେ ମହିଳା ସଫେଇ କର୍ମଚାରୀ ଆସିବାର ସଙ୍କେତ ସିଟି ବଜାଇ ଦେଇଥାଆନ୍ତି। ସିଟି ବଜାଇବା ମାତ୍ରେ ଲୋକଙ୍କୁ ଜଣାପଡ଼ିଥାଏ, ଅଳିଆ ଉଠାଇବାର ଗାଡ଼ି ଆସି ଯାଇଛି।
ସଫେଇ କର୍ମଚାରୀ ସେ ଯାଏଁ ସିଟି ବଜାଇଥାଆନ୍ତି ଯେଉଁ ପର୍ଯ୍ୟନ୍ତ ଲୋକେ ଅଳିଆ ନେଇ ଆସିନଥାଆନ୍ତି।
ସହର ଚାଲୁଥିବା ମିଶନ ସଫା ସହ ଜଡ଼ିତ ମହିଳାଙ୍କୁ ସ୍ୱଚ୍ଛତା ମିତ୍ର ବୋଲି କୁହାଯାଉଛି। ଏହି ସ୍ୱଚ୍ଛତା ମିତ୍ର ମୁହଁରେ ହସ ପାଇଁ ସମସ୍ତ ଅସନା ଅପରିଷ୍କାର ସଫା କରୁଥିବାରୁ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
କରୋନା ଭୂତାଣୁ ସମୟରେ ବର୍ତମାନ ସଫାସୁତୁରା ରଖିବା ନିତ୍ୟାନ୍ତ ଆବଶ୍ୟକ।

Comments are closed.