ମହିଳା କ୍ରିକେଟ – ୫ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କଲା ଭାରତ

ଡେସ୍କ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ତ୍ରୀକୋଣୀୟ କ୍ରିକେଟ ସିରିଜର ପ୍ରଥମ ଟି୨୦ ମ୍ୟାଚରେ ଆଜି ଭାରତୀୟ ମହିଳା କ୍ରିକେଟ ଦଳ ୫ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। କାନବେରାରେ ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଭାରତ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୪୭ ରନ ସ୍କୋର କରିଥିବା ବେଳେ ଭାରତ ୧୯.୩ ଓଭରରେ ୫ ଉଇକେଟ ହରାଇ ୧୫୦ ରନ କରିଥିଲା। ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଶେଷ ଓଭରରେ ଛକ୍କା ବିନିମୟରେ ଭାରତକୁ ବିଜୟୀ କରାଇଥିଲେ। ସେ ଏହି ମ୍ୟାଚରେ ୫ଟି ଚୌକା ମଧ୍ୟ ସ୍କୋର କରିଥିଲେ। ଫେବୃଆରୀ ୨ରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ।

ଆଜିର ମ୍ୟାଚରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ସର୍ବାଧିକ ୪୨ ରନ କରିଥିବା ବେଳେ ଶେଫାଳି ବର୍ମା ୩୦ ଓ ସ୍ମୃତି ମନ୍ଧାନା ୧୫ ରନ ସ୍କୋର କରିଥିଲେ। ଇଂଲଣ୍ଡର କ୍ୟାଥରିନ ବ୍ରଣ୍ଟ ୨ଟି ଉଇକେଟ ଅକ୍ତିଆର କରିଥିଲେ।

Comments are closed.