ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲା ଶିଳ୍ପାଞ୍ଚଳ ଥାନା ଅଧିନ ରେମୁଣା କଲେଜ ନିକଟରେ ଥିବା ଆମ୍ବଗଛରୁ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ସଠିକ୍ ପରିଚୟ ମିଳିପାରି ନାହିଁ। କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।